Home ଓଡ଼ିଶା ରଣପୁର ରେ ତିନି ରଥ ର ଦକ୍ଷିଣ ମୋଡ଼ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଦକ୍ଷିଣ ମୋଡ ରେ ସହଯୋଗ କରିଥିବା ସମସ୍ତ ଛାତ୍ର ଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ : ଜି.ବି ଟିମ ର ସମସ୍ତ ସଦସ୍ୟ ସାହାଯ୍ୟ ସହଯୋଗ କରିଥିଲେ , ତିନି ଠାକୁରଙ୍କ ଠାରୁ ଆଂଜ୍ଞା ମାଳ ଆସି : ତିନି ରଥ ର ଦକ୍ଷିଣ ମୋଡ଼ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ୨୫ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ରଣପୁର ରେ ରବିବାର ତିନି ରଥ ର ଦକ୍ଷିଣମୋଡ଼ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି. ଗତ ଶନିବାର ହେରାପଞ୍ଚମୀ ତିଥିରେ ମହାପ୍ରଭୁ ରାଜ ରାଜେଶ୍ୱର ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଇଥିବା ବେଳେ ଏହି ବେଶ ରେ ଶ୍ରୀଜିଉ ଙ୍କୁ ଦର୍ଶନ କରିବା ପାଇଁ ଗୁଣ୍ଡିଚା ମନ୍ଦିର ରେ ପ୍ରବଳ ଭିଡ଼ ଲାଗିରହିଥିଲା. ତେବେ ଭାଇ ଭଉଣି ସାଙ୍ଗରେ ଧରି ମହାପ୍ରଭୁ ମାଉସୀ ମା ମନ୍ଦିର କୁ ନବଦିନାତ୍ମକ ଯାତ୍ରା ଆସିଥିବା ବେଳେ ଶ୍ରୀ ମନ୍ଦିର ରେ ଏକୁଟିଆ ରହି ମା ମହାଲକ୍ଷ୍ମୀ ରାଗ ରେ ଜର୍ଜରିତ ହୋଇ ନିଜ ମନକଥା କୁ ମା ବିମଳା ଙ୍କୁ ପ୍ରକାଶ କରିଥିଲେ ଫଳ ରେ ତାଙ୍କରି ପରାମର୍ଶ କର୍ମେ ମା ମହାଲକ୍ଷ୍ମୀ ହେରା ପଞ୍ଚମୀ ତିଥିରେ ହେରାଗଳି ଦେଇ ପଞ୍ଚୁ ମହାଦେବ ଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିର କୁ ଆସିଥିଲେ. ମାଉସି ମା ମନ୍ଦିର ରେ ଦେଢ଼ସୁର ବଳଭଦ୍ର ମହାପ୍ରଭୁ ଥିବାରୁ ମା ମହାଲକ୍ଷ୍ମୀ ମନ୍ଦିର ଭିତରକୁ ନଯାଇ ଜୟ ବିଜୟ ଦ୍ୱାର ନିକଟ ରେ ରହି ପ୍ରଭୁ ଦର୍ଶନ କରିବା ସହିତ ରାଗରେ ଜର୍ଜରିତ ହୋଇ ନନ୍ଦିଘୋଷ ରଥ ଭାଙ୍ଗିଚାଲି ଯାଇଥିଲେ ମହାପ୍ରଭୁ ଏକଥା ଜାଣିବା ପରେ ତିନି ରଥ ର ଦକ୍ଷିଣ ମୋଡ଼ କରିବା ପାଇଁ ନିର୍ଦ୍ଧେଶ ପ୍ରଦାନ କରିଥିଲା. ଯାହାକୁ ନେଇ ରବିବାର ଠାକୁର ଙ୍କ ଠାରୁ ଆଂଜ୍ଞା ମାଳ ଆସି ତିନି ରଥ ର ଦକ୍ଷିଣ ମୋଡ଼ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଏହି ଦକ୍ଷିଣ କାର୍ଯ୍ୟ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସକାଳ ସାତ ଘଂଟିକା ରେ ଆରମ୍ଭ କରାଯାଇଥିଲା ଏଥିରେ ସ୍ଥାନୀୟ ଜନସାଧାରଣ ଓ କଲେଜ ଛାତ୍ର ଓ ପୋଲିସ ପ୍ରଶାସନ ର ମିଳିତ ସହଯୋଗ ରେ ତିନି ରଥ ର ଦକ୍ଷିଣମୋଡ଼ କାର୍ଯ୍ୟ ସମ୍ପୂର୍ଣ ହୋଇଛି. ଏହି ରଥ ଦକ୍ଷିଣ ମୋଡ଼ ରେ ସହଯୋଗ କରିଥିବା ସମସ୍ତ ଛାତ୍ର ଓ ସ୍ଥାନୀୟ ଜନସାଧାରଣ ଙ୍କୁ ଉତ୍ସାହିତ କରିବା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ତରଫରୁ ଉପମା ଡାଲମା ପ୍ରସ୍ତୁତି କରାଯାଇ ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମ କୁ ନଗର ସଭାପତି ଲିଙ୍ଗରାଜ ନାୟକ ତତ୍ତ୍ୱବଧାନ ରେ କରାଯାଇଥିବା ବେଳେ ଏଥିରେ ଜି.ବି ଟିମ ର ସମସ୍ତ ସଦସ୍ୟ ସାହାଯ୍ୟ ସହଯୋଗ କରିଥିଲେ ତେବେ ରଥ ଦକ୍ଷିଣମୋଡ଼ ର ସମସ୍ତ ପରିଚାଳନ ଦାୟିତ୍ୱ ଦେବୋତ୍ତର ମ୍ୟାନେଜର ରମେଶ ପ୍ରଧାନ ଓ ଏମପି ପ୍ରତିନିଧି ସ୍ୱରାଜ ମହାନ୍ତି ବହନ କରିଥିଲେ. Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ରଣପୁର ଏନଏସି ରେ ସ୍ବଚ୍ଛତା ହିଁ ସେବା ୨୦୨୬ ର ଉଦଯାପନୀ ଉତ୍ସବ by Proprietor Abhimanyu Maharana October 17, 2026 ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ by Proprietor Abhimanyu Maharana October 17, 2026 ସମର କ୍ରାନ୍ତି ସେନା ପକ୍ଷରୁ ବିଶ୍ବ ଛାତ୍ରଛାତ୍ରୀ ଦିବସ ପାଳିତ by Proprietor Abhimanyu Maharana October 17, 2026 ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ରେ ୯ ହଜାରରୁ ଅଧିକ ଶ୍ରଦ୍ଧାଳୁ ସାମିଲ by Proprietor Abhimanyu Maharana October 17, 2026 ରୋଟାରୀ କ୍ଲବ ନୟାଗଡ଼ ଓ ଓକେସିଏଲ୍ର ମିଳିତ ଉଦ୍ୟମରେ ଏଆଇ କ୍ଷମତା ବିକାଶ କାର୍ଯ୍ୟକ୍ରମ by Proprietor Abhimanyu Maharana October 17, 2026 ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍ by Proprietor Abhimanyu Maharana October 17, 2026