-
ଯେକୌଣସି ପ୍ରକାର ବିଦ୍ୟୁତ ଲିକେଜ୍କୁ ଠାବ କରି ତାହାର ସମାଧାନ କରିବା ପାଇଁ ଖୁଂଟ ଓ ଅନ୍ୟାନ୍ୟ ବିଦ୍ୟୁତ ବ୍ୟବସ୍ଥାର ଯାଂଚ
-
ବିଦ୍ୟୁତ ବ୍ୟବସ୍ଥା, ଖୁଂଟ ଓ ତାର ଉପରେ ଗଛ ପଡ଼ିବା ରୋକିବାକୁ ବୃକ୍ଷର ବିଭିନ୍ନ ଅଂଶ ଚ୍ଛେଦନ
୨୫ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ରାଜ୍ୟରେ ମୌସୁମୀର ଆଗମନ ହୋଇଥିବା ବେଳେ ବିଦ୍ୟୁତ ବଂଟନ ଲାଗି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ମୌସୁମୀ ପାଇଁ ପ୍ରସ୍ତୁତି କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ବିଭିନ୍ନ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛି । କଂପାନି ଏହାର ଗ୍ରାହକ ଓ କର୍ମଚାରୀମାନଙ୍କ ଲାଗି ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରି ମୌସୁମୀ ସମୟରେ ଏହି ଅଂଚଳରେ ଏହାର ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି ।
ବିଦ୍ୟୁତ ବ୍ୟବସ୍ଥା, ଖୁଂଟ ଓ ତାର ଉପରେ ଗଛ/ ଶାଖା ପଡ଼ିବାକୁ ଏଡ଼ାଇବା ଲାଗି ୧୬୫୦ ସର୍କିଟ୍ କିମି ଏଚ୍ଟି ଫିଡର୍ରେ ବୃକ୍ଷର ବିଭିନ୍ନ ଅଂଶକୁ କଂପାନି ପକ୍ଷରୁ ଚ୍ଛେଦନ କରାଯାଇଥିବା ବେଳେ କ୍ରିପର୍ର ଅଭିବୃଦ୍ଧି ଯୋଗୁଁ ହେବାକୁ ଥିବା ଟ୍ରିପିଂ (ବିଭ୍ରାଟ)କୁ ରୋକିବା ଲାଗି ୨୫୦ ସବଷ୍ଟେସନରେ ଡି-ଭେଜିଟେସନ କରାଯାଇଛି । ଆବଶ୍ୟକ କର୍ମଚାରୀ ମୂତୟନ, ତ୍ୱରିତ ପ୍ରଶମନ ସମୟ ସହିତ ରକ୍ଷଣାବେକ୍ଷଣ ଓ ବ୍ରେକ୍ଡାଉନ୍ ଯାନ ଚବିଶ ଘଂଟା ଉପଲବ୍ଧ ରହିଛି, ଡିଟିରେ ୧୧୫୦ ପଲିମରିକ୍ ଲାଇଟେନିଂ ଆରେଷ୍ଟର (ଘଡ଼ଘଡ଼ି ରୋକିବା) ଓ ଟ୍ରାନ୍ସଫରମର ବ୍ରେକ୍ଡାଉନ୍ ହ୍ରାସ କରିବା ଲାଗି ୨୦୦୦ ପଲିମରିକ୍ ଲାଇଟେନିଂ ଆରେଷ୍ଟର ସ୍ଥାପନ କରାଯାଇଛି ।
୧୦,୦୦୦ ସ୍ଥାନରେ ବିଦ୍ୟୁତ ଲିକ୍ ପରୀକ୍ଷଣ ଅଭିଯାନ ହାତକୁ ନିଆଯାଇଥିବା ବେଳେ ୮୫୭ ଆର୍ଥିଂ ବ୍ୟବସ୍ଥା ସ୍ଥାପନ କରାଯାଇଛି ଓ ଡିଟିରେ ୧୩୬୮ ଆର୍ଥିଂ ବ୍ୟବସ୍ଥାର ମରାମତି କରାଯାଇଛି । ସୁରକ୍ଷାରେ ଉନ୍ନତି ଆଣିବା ଲାଗି ଅତ୍ୟଧିକ ଦୁର୍ବଳ ଅଂଚଳରେ ୧୧୦୦ ଇଟଂରପୋଜିଂ (ଛନ୍ଦି ହୋଇଥିବା) ବିଦ୍ୟୁତ ଖୁଂଟ ସ୍ଥାପନ କରାଯାଇଛି ଏବଂ ଯେକୌଣସି ପ୍ରକାର ଅଭାବନୀୟ ଘଟଣାକୁ ରୋକିବା ଲାଗି ୫୦୦ ବିଦ୍ୟୁତ ସବଷ୍ଟେସନରେ ବାଡ଼ ଦିଆଯାଇଛି । ତଳିଆ ଅଂଚଳରେ ଥିବା ପିଏସ୍ଏସ୍ଗୁଡ଼ିକରୁ ଜଳ ନିଷ୍କାସନ ପାଇଁ ପମ୍ପ୍ ସେଟ୍ର ବ୍ୟବସ୍ଥା କରାଯାଇଥିବା ବେଳେ ମୌସମୀ ବର୍ଷା ସମୟରେ କାମ କରିବା ଲାଗି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ନିମନ୍ତେ ଗମ୍ବୁଟ୍, ରେନ୍କୋଟ୍ ଭଳି ଉପଯୁକ୍ତ ସୁରକ୍ଷା ଉପକରଣର ବ୍ୟବସ୍ଥା କରାଯାଇଛି ।
ଏଥି ସହିତ ଟ୍ରାନ୍ସଫରମର ଓ ସଂଯୋଗରେ ଥିବା ଉପକରଣଗୁଡ଼ିକର ଯୋଜନା ଅନୁଯାୟୀ ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ କରାଯାଇଛି । “ସୁରକ୍ଷା ହେଉଛି ସର୍ବଦା ଆମର ସର୍ବୋଚ୍ଚ ପ୍ରାଥମିକତା । ଗ୍ରାହକମାନେ ଯେଭଳି ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇପାରିବେ ତାହାକୁ ସୁନିଶ୍ଚିତ କରିବା ଲାଗି ଆମେ ନିୟମିତ ଭାବେ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରୁଛୁ । ଏହି ମୌସୁମୀ ସମୟରେ ସୁରକ୍ଷିତ ରହିବା ଲାଗି ସରଳ ପଦକ୍ଷେପ ଅନୁସରଣ କରିବା ପାଇଁ ଆମେ ସମସ୍ତଙ୍କୁ ଆହ୍ୱାନ ଦେଉଛୁ ବୋଲି ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ।’’
ମୌସୁମୀ ସୁରକ୍ଷା ପାଇଁ ସାଧାରଣ ପରାମର୍ଶବଳୀ –
-
ପାଣିରେ ବୁଡ଼ିରହିଥିବା ବିଦ୍ୟୁତ ବ୍ୟବସ୍ଥା ଯଥା ବିଦ୍ୟୁତ ଖୁଂଟ, ସବଷ୍ଟେସନ, ଟ୍ରାନ୍ସଫରମର, ଷ୍ଟ୍ରିଟ୍ଲାଇନ୍ ଆଦିଠାରୁ ଦୂରେଇ ରହୁନ୍ତୁ
-
ବିଦ୍ୟୁତ ବ୍ୟବସ୍ଥାରେ ବାଡ଼ ଥିଲେ ମଧ୍ୟ ତାହା ପାଖାପାଖି ଖେଳିବା ଲାଗି ପିଲାମାନଙ୍କୁ ସତର୍କ କରାନ୍ତୁ
-
ଓଦା ହାତରରେ ବିଦ୍ୟୁତ ଆପ୍ଲାଏନ୍ସେସ୍କୁ ସ୍ପର୍ଶ କରନ୍ତୁ ନାହିଁ
-
କୁଲରର ବଡି, ୱାସିଂ ମେସିନ୍, ପାଣି ପମ୍ପ୍ ଭଳି ବିଦ୍ୟୁତ ଆପ୍ଲାଏନ୍ସେସ୍ରୁ କୌଣସି ବିଦ୍ୟୁତ ଲିକେଜ୍ ହେଉଛି ନା ନାହିଁ ତାହାର ଯାଂଚ କରନ୍ତୁ । କୌଣସି ଆପ୍ଲାଏନ୍ସେସ୍ରେ କିିଛି ଲିକେଜ୍ ଧରାପଡ଼ିଲେ ସାର୍ଟିଫାଏଡ୍ ଇଲେକ୍ଟ୍ରିସିଆନ୍ଙ୍କୁ ଡାକନ୍ତୁ ।
-
ମିଟର ବକ୍ସ ପାଣିଠାରୁ ଉପଯୁକ୍ତ ଭାବେ ସୁରକ୍ଷିତ ରହିବାକୁ ସୁନିଶ୍ଚିତ କରନ୍ତୁ
-
ଆଇଏସ୍ଆଇ ମାର୍କ ଥିବା ବିଦ୍ୟୁତ ତାର ଓ ଉପକରଣ ବ୍ୟବହାର କରନ୍ତୁ
-
ମିଟର କୋଠରି କିମ୍ବା ବିଦ୍ୟୁତ ଖୁଂଟରେ ସ୍ପାର୍କିଂ ହେଉଥିଲେ ସହାୟତା ପାଇଁ ଟିପିସିଓଡିଏଲ୍ ଗ୍ରାହକମାନେ ୧୯୧୨କୁ କଲ୍ କରିପାରିବେ କିମ୍ବା ଆମ ସହ ଯୋଗାଯୋଗ କରିପାରିବ
