ପ୍ରଭୁଙ୍କ ନୃସିଂହ ଅବତାର ଦର୍ଶନ

୨୪ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ରଥଯାତ୍ରା ଅବସରରେ ଆଜି ପ୍ରଭୁଙ୍କ ନୃସିଂହ ଅବତାରରେ ଅତ୍ୟନ୍ତ ସୁନ୍ଦର ଭାବେ ସାଜସଜ୍ଜା କରାଯାଇ ଭକ୍ତଙ୍କ ଉଦେଶ୍ୟରେ ଦର୍ଶନର ବ୍ୟବସ୍ଥା କରାଯାଇଛି । ଆଜିର ଏହି ଅବତାରକୁ ଦର୍ଶନ ପାଇଁ ଆର,ଉଦୟଗିରି ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲକ୍ଷ୍ୟ କରାଯାଇଛି । ଆର,ଉଦୟଗିରି ଶ୍ରୀଜଗନ୍ନାଥଙ୍କ ସେବକ ନୀଳମଣି ପଣ୍ଡା, ଗୌର ଚନ୍ଦ୍ର ମିଶ୍ର , ନିତେଇ ମିଶ୍ର ଓ ଅନ୍ୟ ସଦସ୍ୟମାନେ କହିଛନ୍ତି ଆଜି ଶ୍ରୀଜଗନ୍ନାଥଙ୍କୁ ନୃସିଂହ ଅବତାରରେ ସଜ୍ଜିତ କରାଯାଇ ଯଥା ଵିଧି ଓ ନିୟମ ଅନୁଯାଇ ପୂଜା ପାଠ ସମାପନ କରାଯାଇ ଭକ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି ।

ରଥଯାତ୍ରାରେ ନୃସିଂହ ଅବତାର ଭଗବାନଙ୍କ ଅବତାର ଅଟେ । ରଥଯାତ୍ରା ଦକ୍ଷିଣ ଓଡିଶାର ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ସମ୍ପର୍ଣ ରହିଥିବାରୁ ରଥଯାତ୍ରା ସହ ପ୍ରତେକ ଦିନ ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କୁ ଦର୍ଶନ ପାଇଁ ଆର, ଉଦୟଗିରି ଓ ଆଖପାଖ ଗ୍ରାମର ହଜାର ହଜାର ଭକ୍ତଙ୍କ ସମାଗମ ହେବାରେ ଲାଗିଛି । ଶାନ୍ତି ଶୃଙ୍ଖଳା ପାଇଁ ଏବଂ ସାଧାରଣଙ୍କ ସୁରକ୍ଷା ପାଇଁ ବ୍ଲକ ପ୍ରଶାସନ ଓ ପୋଲିସ ତରଫରୁ ବ୍ୟାପକ ସୁବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ଗୁଣ୍ଡିଚା ମନ୍ଦ୍ରରରେ ବଜରଙ୍ଗି ଦଳ ସଦସ୍ଯମାନେ ପ୍ରସାଦ ବଣ୍ଟନ କରିଥିଲେ ।

Exit mobile version