ପାରଳାଖେମୁଣ୍ଡି ସ୍ଥିତଦେବଗିରୀ ବନାଞ୍ଚଳ ପକ୍ଷରୁ ଚାରା ବଣ୍ଟନ

୨୪ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦରମହକୁମାପାରଳାଖେମୁଣ୍ଡି ସ୍ଥିତ ଦେବଗିରୀ ବନାଞ୍ଚଳ ପକ୍ଷରୁ ବନଖଣ୍ଡ ଅଧିକାରୀ ଏସ. ଆନନ୍ଦଙ୍କ ଦ୍ଵାରା ଭ୍ରାମ୍ୟମାଣ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିସୀତାଫଳ,ପିଜୁଳି ପଣସ କାଜୁ ଏହିଭଳି ବିଭିନ୍ନ କିସମର ଚାରା ଏକ ଟଙ୍କାରେ ଆଧାର କାର୍ଡ ଦେଖାଇ ଜନସାଧାରଣଙ୍କୁ ପ୍ରଦାନ କରାଯାଇଛି ।

ଜନ ସାଧାରଣ ବିଭିନ୍ନ ଚାରା ନେଇ ନିଜର ବାଡ଼ି ବଗିଚାରେ ଚାରା ରୋପଣ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ରେଞ୍ଜର ଏନ ଡି ଶର୍ମା, ଫରେଷ୍ଟର ପି. ଭେଙ୍କେଟେ ରାମାଣା, ଶିବରାମ ସାବତଙ୍କ ସମେତ ପାରା ଫରେଷ୍ଟ କର୍ମଚାରୀ ଉପସ୍ଥିତ ରହି ଚାରା ବଣ୍ଟନ କରିଥିଲେ । ବନ ବିଭାଗ ର ଏଭଳି କାର୍ଯ୍ୟକ୍ରମକୁ ଜନ ସାଧାରଣ ପ୍ରଂଶଶା କରିଛନ୍ତି

Exit mobile version