ସମାନ କାମକୁ ସମାନ ଦରମା ଦାବି କରି ପାରଳାଖେମୁଣ୍ଡିଠିକା କର୍ମଚାରୀଙ୍କ ଆନ୍ଦୋଳନ

୨୪ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ । ଜିଲାରେ ଥିବା ଠିକା କର୍ମଚାରୀ ମାନେ ସମାନ କାମକୁ ସମାନ ଦରମା ପ୍ରଦାନ,ଚାକିରୀରେ ସ୍ଥାୟୀ ନିଯୁକ୍ତି, ମହିଳା କର୍ମଚାରୀ ମାନଙ୍କୁ ଗର୍ଭବତୀ ସମୟରେ ଛୁଟି ପ୍ରଦାନ, ଅବସର ସମୟ ପର୍ଯ୍ୟନ୍ତ ଚାକିରୀରେ ସ୍ଥାୟୀତ୍ୱ,

ଦରମା ବୃଦ୍ଧି ଇତ୍ୟାଦି ୧୨ଦଫା ଦାବି ନେଇ ଠିକା କର୍ମଚାରୀ ମାନେ ବିଜୁ କଲ୍ୟାଣି ମଣ୍ଡପ ଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜ୍ୟ ସ୍ତରୀୟ ନେତୃବୃନ୍ଦଙ୍କ ନିର୍ଦ୍ଦେଶ କ୍ରମେ ନବୀନ ନିବାସ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Exit mobile version