Home ଓଡ଼ିଶା ଗୋଡ଼ିପାଟଣା ଗ୍ରାମରେ ବିଧାୟକଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା : ନୟାଗଡ଼ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ବହୁ ସଂଖ୍ୟାରେ ଯୁବକ ଓ ମହିଳା ସାମିଲ ୨୩ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :- ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉଦ୍ୟମ କ୍ରମେ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିକାଶ ଓ ଉନ୍ନତୀ ମୂଳକ କାର୍ଯ୍ୟ ଆକାଶ ଛୁଆଁ ହୋଇଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ଆଦର୍ଶରେ ପରିଣତ ହୋଇଛି । ବିଧାୟକ ଡ. ସାହୁଙ୍କ ଶାନ୍ତି ଓ ଉନ୍ନତୀକୁ ବେଶ ଗୁରୁତ୍ୱ ଦେଇ ଆସିଛନ୍ତି । ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ବଡ଼ପଣ୍ଡୁସର ପଞ୍ଚାୟତ ହରେକୃଷ୍ଣପୁର (ଗୋଡ଼ିପାଟଣା) ଗ୍ରାମକୁ ଆଜି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଗସ୍ତ କରିଛନ୍ତି । ଗ୍ରାମରେ ଚାଲିଥିବା ବିଶ୍ୱଶାନ୍ତି ଯଜ୍ଞରେ ବିଧାୟକ ଯୋଗ ଦେଇଛନ୍ତି । ଗ୍ରାମବାସୀ ବିଧାୟକଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଗାଁ ମୁଣ୍ଡରୁ ଏକ ଶୋଭାଯାତ୍ରାରେ ବିଧାୟକଙ୍କୁ ସାମିଲ ସ୍ୱାଗତ କରିଥିବା ବେଳେ ଗ୍ରାମର ଯୁବକଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଶୋଭାଯାତ୍ରାରେ ସାମିଲ ରହିଥିଲେ । ଗ୍ରାମର ମହିଳାମାନେ ବିଧାୟକଙ୍କୁ ସ୍ୱାଗତ କରିବା ସହ ଗ୍ରାମର ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ବିକାଶ ଓ ସ୍ୱାବଲମ୍ବୀ କରିବା ପାଇଁ ଯୋଜନା ପ୍ରଣୟନ କରୁଥିବାରୁ ସେମାନେ କୃତଜ୍ଞତା ଜଣାଇଛନ୍ତି । ଗାଁର ପ୍ରତିଟି ପରିବାର ବିଧାୟକଙ୍କ ସହ ରହିଥିବା ମହିଳାମାନେ ଜୋର ଦେଇ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ ବନୀତା ନାୟକ, ପୂର୍ବତନ ସରପଞ୍ଚପ୍ରମୂଖ ସାମିଲ ହୋଇଥିବା ବେଳେ ଗ୍ରାମ ସଭାପତି ବିରେନ୍ଦ୍ର ମଲ୍ଲ, ରସାନନ୍ଦ ମଲ୍ଲ, ଯୋଗେନ୍ଦ୍ର ମଲ୍ଲ, ସୁଶା ମଲ୍ଲ, କାଳିଆ ମହାନ୍ତି, ସୁଶାନ୍ତ କୁମାର ମଲ୍ଲଙ୍କ ସହିତ ବହୁ ବିଜେଡି କର୍ମୀ ଓ ଭୋଟର ଉପସ୍ଥିତ ରହିଥିଲେ । ଗ୍ରାମବାସୀ ସଦାସର୍ବଦା ବିଜୁ ଜନତା ଦଳ ସହ ରହିଥିବା ଏବଂ ଆଗାମୀ ଦିନରେ ଦଳରେ ରହି ଗାଁର ବିକାଶରେ ଭାଗିଦାରୀ ହେବାକୁ ଲକ୍ଷ ରଖିଥିବା କହିଛନ୍ତି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ରାଜନୀତି, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026