କବିର ଚଉରା ହାଟ ଠାରେ ବିଧାୟକଙ୍କ ଦ୍ଵାରା ରାସ୍ତା ନିର୍ମାଣ ର ଶିଳାନ୍ୟାସ

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ନିର୍ବାଚନ ମଣ୍ଡଳୀର ଚଉପଡ଼ା ଠାରୁ ଗୋବିନ୍ଦପୁର ପର୍ଯ୍ୟନ୍ତ କେନାଲ ବନ୍ଦ ରାସ୍ତା ନିର୍ମାଣ ଲାଗି କବିର ଚଉରା ହାଟ ଠାରେ ସ୍ଥାନୀୟ ବିଧାୟକ ଡକ୍ଟର ପ୍ରମୋଦ କୁମାର ମଲ୍ଲିକଙ୍କ ଦ୍ଵାରା ଭିତି ପ୍ରସ୍ତର ଶିଳାନ୍ୟାସ କରାଯାଇଛି ।ଏହି ଶିଳାନ୍ୟାସ ଉତ୍ସବରେ ଝାରପଡ଼ା ର ସମିତି ସଭ୍ୟ ଜଗନ୍ନାଥ ସାହୁ ସରପଂଚ – ଇତିଶ୍ରୀ ବେହେରା , ଜଗତସିଂହପୁର ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ , ଜିଲ୍ଲା ପରିଷଦ ସଭ୍ୟ – ପିଉସ ରଞ୍ଜନ ମିଶ୍ର , କ୍ରୀଷ୍ଣାରାଣୀ ମିଶ୍ର ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇ ଥିଲେ ।

Exit mobile version