Home ଓଡ଼ିଶା ୨୦୨୩ ଏସିଆ ରୋଡ୍ ରେସିଂ ଚାମ୍ପିଆନ୍ସିପ୍ର ତୃତୀୟ ରାଉଣ୍ଡ୍ ପାଇଁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ର ଜାପାନ ଗସ୍ତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଏସିଆ ରୋଡ୍ ରେସିଂ ଚାମ୍ପିଆନ୍ସିପ୍ (ଏଆର୍ଆର୍ସି) ୨୦୨୩ର ତୃତୀୟ ପର୍ଯ୍ୟାୟ ଚଳିତ ସପ୍ତାହରେ ଜାପାନର ସ୍ପୋର୍ଟସଲ୍ୟାଣ୍ଡ୍ ସୁଗୋରେ ଆୟୋଜିତ ହେବ । ସେଥିରେ ଯୋଗଦେବା ଲାଗି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ)ର ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ଜାପାନ ଗସ୍ତ କରିଛି । ଏହି ସିଜନ୍ ଅଧା ବାଟରେ ପହଂଚି ସାରିଥିବା ବେଳେ ଦୁଇଟି ରାଉଣ୍ଡ୍ରୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ୧୧ ପଏଂଟ୍ ହାସଲ କରିଛି ଏବଂ ଏସିଆ ପ୍ରଡକ୍ସନ ୨୫୦ ସିସିରେ ପ୍ରଦର୍ଶନରେ ଆହୁରି ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି । ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦେଶକ (ବିକ୍ରି ଓ ମାର୍କେଟିଂ) ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଜାପାନରେ ଏସିଆ ରୋଡ୍ ରେସିଂ ଚମ୍ପିଆନ୍ସିପ୍ର ଆଗାମୀ ତୃତୀୟ ପର୍ଯ୍ୟାୟ ପାଇଁ ଆମେ ପ୍ରସ୍ତୁତ ହେଉଥିବା ବେଳେ ଆମର ବିଶ୍ୱାସ ରହିଛି ଯେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ଶ୍ରେଷ୍ଠ ଉଦ୍ୟମ କରି ଏହି ରାଉଣ୍ଡ୍ରେ ନିଜ ସ୍ଥିତିରେ ଉନ୍ନତି ଆଣିବ । ସ୍ପୋର୍ଟସ୍ଲ୍ୟାଣ୍ଡ୍ ସୁଗୋ ଇଟଂରନ୍ୟାସନାଲ୍ ସର୍କିଟ୍ ଆମ ଚାଳକମାନଙ୍କ ଲାଗି ଯଦିଓ ନୂଆ, କିନ୍ତୁ ଟିମ୍ର ନିରବଚ୍ଛିନ୍ନ ଉଦ୍ୟମ ଆମକୁ ନିଶ୍ଚିତ ରୂପେ ଭଲ ଫଳ ପ୍ରଦାନ କରିବ । ଆମ ଚାଳକମାନେ ଉତ୍କର୍ଷତା ହାସଲ ଲାଗି ଉଦ୍ୟମ କରୁଥିବା ବେଳେ ଏହି ସମ୍ମାନଜନକ ଚମ୍ପିଆନ୍ସିପ୍ରେ ଛାପ ଛାଡ଼ିବାକୁ ଲକ୍ଷ୍ୟ ରଖିଥିବାରୁ ଆମେ ସେମାନଙ୍କୁ ସହଯୋଗ ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛୁ । ଚଳିତ ସପ୍ତାହରେ ଜାପାନରେ ସେମାନଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ଦେଖିବାକୁ ଆମେ ଚାହିରହିଛୁ ।’’୍ର ଏଆର୍ଆର୍ସିର ଏସିଆ ପ୍ରଡକ୍ସନ୍ ୨୫୦ ସିସି ଶ୍ରେଣୀରେ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ର ନେତୃତ୍ୱ ନେଉଛନ୍ତି ଅଭିଜ୍ଞ ଚାଳକ କେଭିନ୍ ସମର କ୍ୱିଂଟାଲ୍ । ଚମ୍ପିଆନ୍ସିପ୍ର ଦୁଇ ପର୍ଯ୍ୟାୟରେ ସେ ଚମତ୍କାର ଢଙ୍ଗରେ ସ୍ଥିର ପ୍ରଦର୍ଶନ କରିଛନ୍ତି । ଦ୍ୱିତୀୟ ରାଉଣ୍ଡ୍ରେ ସେ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବା ବେଳେ ତାଙ୍କ ବାଇକରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା । ଏଭଳି ଧକ୍କା ସତ୍ୱେ ସେପାଙ୍ଗ ଇଟଂରନ୍ୟାସନାଲ୍ ସର୍କିଟ୍ରେ ସେ ୨ ପଏଂଟ୍ ହାସଲ କରିବାରେ ସଫଳ ହୋଇ ଟୁର୍ଣ୍ଣାମେଂଟ୍ର ୧୫ତମ ସ୍ଥାନରେ ନିଜକୁ ରଖିପାରିଛନ୍ତି । ରାଉଣ୍ଡ୍ ୩ ସମ୍ପର୍କରେ କେଭିନ୍ କ୍ୱିଂଟାଲ କହିଛନ୍ତି ଯେ ଏହି ରାଉଣ୍ଡ୍ ପାଇଁ ମୁଁ ବେଶ ଉତ୍ସାହିତ ରହିଛି । ପ୍ରତିଯୋଗିତା ତୀବ୍ର ହେଉଥିବା ଏବଂ ବାଜିରେ ବହୁତ କିଛି ରହିଥିବାରୁ ସ୍ପୋର୍ଟସ୍ଲ୍ୟାଣ୍ଡ୍ ସୁଗୋ ଇଟଂରନ୍ୟାସନାଲ୍ ସର୍କିଟ୍ରେ ଆହ୍ୱାନକୁ ସାମ୍ନା କରିବା ପାଇଁ ମୁଁ ପ୍ରସ୍ତୁତ ରହିଛି । ମୁଁ ନିରବଚ୍ଛିନ୍ନ ଅଭ୍ୟାସ ଜାରି ରଖିଥିବା ବେଳେ ଦକ୍ଷତାରେ ଉନ୍ନତି ଆଣିଛି । ଚଳିତ ସପ୍ତାହରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ମୁଁ ସଂକଳ୍ପ ନେଇଛି । ଘରୋଇ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ରେ ଆହତ ହୋଇଥିବାରୁ ଜାପାନରେ ମୋହସିନ୍ ପରମବାନ୍ଙ୍କ ରେସ ଦେଖିବାକୁ ମିଳିବନି । ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଉଛି । Categories: ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ by Proprietor Abhimanyu Maharana September 24, 2026 ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା"ମୋ ପରିବାର" by Proprietor Abhimanyu Maharana September 24, 2026 ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ by Proprietor Abhimanyu Maharana September 24, 2026 ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ by Proprietor Abhimanyu Maharana September 24, 2026 ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ by Proprietor Abhimanyu Maharana September 24, 2026 ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି by Proprietor Abhimanyu Maharana September 24, 2026