ଆଡ଼ପ ଅବଢ଼ା

ଆଜି ଆଡ଼ପ ମଣ୍ଡପ ରେ ମହାପ୍ରଭୁ ଙ୍କ ଦର୍ଶନ ପାଇବା ପରେ ଆଡ଼ପ ଅବଢ଼ା କୁ ପାଇବା ପାଈଂ ବେଶ୍ ଉତ୍କଣ୍ଠା ରେ ଅପେକ୍ଷା ରେ ଥିଲେ ।

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-  ମହାପ୍ରଭୁ ଙ୍କ ଆଡ଼ପ ଅବଢ଼ା ପାଇଛନ୍ତି ଭକ୍ତ । ସଠିକ୍ ସମୟ ରେ ମହାପ୍ରଭୁ ଙ୍କ ନିତି କାନ୍ତି ଚାଲି ଥିବାରୁ ଆଡ଼ପ ଅବଢ଼ା ମଧ୍ୟ ସଠିକ୍ ସମୟ ରେ ବାହାରିଥିଲା । ଏହାକୁ ସେବନ କରି ଭକ୍ତ ହେଇଛନ୍ତି ଭାବ ବିହ୍ୱଳ । ବହୁ ଦୂରରୁ ଭକ୍ତ ମାନେ ଆଜି ଆଡ଼ପ ମଣ୍ଡପ ରେ ମହାପ୍ରଭୁ ଙ୍କ ଦର୍ଶନ ପାଇବା ପରେ ଆଡ଼ପ ଅବଢ଼ା କୁ ପାଇବା ପାଈଂ ବେଶ୍ ଉତ୍କଣ୍ଠା ରେ ଅପେକ୍ଷା ରେ ଥିଲେ ।ଆଡ଼ପ ଅବଢ଼ା ଭକ୍ତ ପାଈଥିବା ବେଳେ ଅନେକ ଭକ୍ତ ଏହି ଆଡ଼ପ ଅବଢ଼ା କୁ ବ୍ରାହ୍ମଣ କୁ ଭୋଜନ ରୂପେ ଦେଇଛନ୍ତି । ପୁରାଣ ରେ ବର୍ଣ୍ଣନା ଅନୁଯାୟୀ ଏହି ଆଡ଼ପ ଅବଢ଼ା କୁ ବ୍ରାହ୍ମଣ ଭୋଜନ କରାଇଲେ ନିଜର ପିତୃ ପୁରୁଷ ତୃପ୍ତ ହୋଇଥାନ୍ତି । ଏଣୁ ଏହି ଆଡ଼ପ ଅବଢ଼ା ପାଇବା ପାଇଁ ଭକ୍ତ ଙ୍କ ଭିତରେ ଥିଲା ଉତ୍କଣ୍ଠା । ସେପଟେ ସୁଆର ମହାସୁଆର ନିଯୋଗ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ହେଇଛି । ଆଡ଼ପ ଅବଢ଼ା ଯେଭଳି ଭକ୍ତ ମାନେ ଭଲ ଭାବରେ ପାଇବେ ସେ ନେଇ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି । ଅବଢ଼ା ଦର ଯେଭଳି ଭକ୍ତ ଙ୍କୁ ନ ବାଧିବ ସେ ଦିଗ ରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ନଜର ରଖାଯାଇଛି । 

 

Exit mobile version