ଅଟୋ ଦୁର୍ଘଟଣାରେ ୪ ଗୁରୁତ୍ବର

୨୩ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )ଆର ,ଉଦୟଗିରି :- ଗଜପତି ମୋହନା ଥାନା କଣ୍ଟେଇକୋଳି ନିକଟରେ ଭାରସାମ୍ୟ ହରାଇ ଏକ ଅଟୋ ଦୁର୍ଘଟଣାରେ ଚାଳକ ସମେତ ୪ ଜ ଗୁରୁତ୍ବର ଆହତ ହୋଇଛନ୍ତି । ସେମାନେ ହେଲେ ଶାନ୍ତି ନଗରରେ ହରିଶ୍ଚନ୍ଦ୍ର ମଲ୍ଲିକ(24), ଲକ୍ଷ୍ମୀ ମଲ୍ଲିକ(16), ଗୋପିନ ମଲ୍ଲିକ (18) ଓ ଶିଖା ମଲ୍ଲିକ (17), ଆହତମାନଙ୍କୁ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରିଥିଲେ । ଆଜି ସକାଳୁ କର୍ଚବାଡିରୁ ଅଟୋରେ ୮ ଜଣ ଯାତ୍ରୀଙ୍କୁଧରୀ ମୋହନା ଯାଉଥିଲେ । ତେବେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ମୋହନା ଥାନା ଏଏସ୍ଆଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

Exit mobile version