ବିଶ୍ବ ମୂଲ୍ୟ ଶୃଙ୍ଖଳା ସହ ସମନ୍ୱିତ ହେବା ସହିତ ମୂଲ୍ୟ ଯୋଗକୁ ପ୍ରାଥମିକତା ଦେବା ଆବଶ୍ୟକ : ଫିକି ସଭାପତି ଶୁଭ୍ରକାନ୍ତ ପଣ୍ଡା

୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଫିକି ଅଧ୍ୟକ୍ଷ ତଥା ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଜେନେଭାଠାରେ ଆୟୋଜିତ ଇଣ୍ଟର ନ୍ୟାସନାଲ ଚାମ୍ବର ଅଫ କମର୍ସର ତ୍ରୟୋଦଶ ୱାର୍ଲଡ ଚାମ୍ବର କଂଗ୍ରେସରେ ଅଂଶ ଗ୍ରହଣ କରି ନିଜ ବକ୍ତବ୍ୟ ରଖିଥିଲେ l ‘ଅଭିବୃଦ୍ଧିର ଲକ୍ଷ୍ୟ : କଞ୍ଚାମାଲ ଏବଂ ଅନ୍ତର୍ଭୂକ୍ତି ଆନ୍ତର୍ଜାତୀୟ ବାଣିଜ୍ୟ’ ଉପରେ ଏକ ଅଧିବେଶନରେ ଶ୍ରୀ ପଣ୍ଡା ଆର୍ଥିକ ଅଭିବୃଦ୍ଧି ତଥା ସମୃଦ୍ଧତା ନିମନ୍ତେ ଆନ୍ତର୍ଜାତୀୟ ବାଣିଜ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

ସେ କହିଥିଲେ ଯେ, “ପ୍ରାକୃତିକ ସମ୍ପଦ ଥିବା ଦେଶମାନେ ଏହାର ଲାଭ ନିମନ୍ତେ ବିଶ୍ୱ ମୂଲ୍ୟ ଶୃଙ୍ଖଳା ସହିତ ସମନ୍ଵିତ ହେବା ଜରୁରୀ, କିନ୍ତୁ ମୂଲ୍ୟ ଯୋଗ ପାଇଁ ପଦକ୍ଷେପ ନେବା ଆବଶ୍ୟକ କାରଣ ବିଭିନ୍ନ ଅଧ୍ୟୟନ ଅନୁଯାୟୀ ମୂଲ୍ୟଯୁକ୍ତ ଉତ୍ପାଦ ସହିତ ବିବିଧ ରପ୍ତାନିରୁ ଅଧିକ ଲାଭ ମିଳିଥାଏ” ।

ଜନସାଧାରଣଙ୍କୁ ସଂଯୋଗ ଏବଂ ସଶକ୍ତ କରୁଥିବା ଡିଜିଟାଲ ଭିତ୍ତିଭୂମିକୁ ଜନମଙ୍ଗଳ ନିମନ୍ତେ ବ୍ୟବହାର ପାଇଁ ଭାରତର ଆଭିମୁଖ୍ୟ ଉପରେ ମଧ୍ୟ ଶ୍ରୀ ପଣ୍ଡା ଆଲୋକପାତ କରିଥିଲେ । ଶ୍ରୀ ପଣ୍ଡା କରିଥିଲେ ଯେ, “ଏହା କେବଳ ଏକ ନୂତନ ବିଚାର ଧାରା ନୁହେଁ ବରଂ ଭାରତରେ ଏହାକୁ ଯେଉଁ ପରିମାଣରେ କାର୍ଯ୍ୟକାରୀ କରାଯାଉଛି ତାହା ବିଶ୍ବର ଧ୍ୟାନ ଆକର୍ଷଣ କରିଛି”।

Exit mobile version