୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ସିକୋ :- ବେଗୁନିଆ ବ୍ଲକ ଛତ୍ରପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ରେ କିଶୋରୀ ବାଳିକା ଓ ବିଦ୍ୟାଳୟରୁ ଅଧାରୁ ପାଠ ପରିତ୍ୟାଗ କରିଥିବା ବାଳିକା ମାନଙ୍କର ଦକ୍ଷତା ଭିତ୍ତିକ ପଞ୍ଜିକୃତ ପରାମର୍ଶ ଶିବିର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ କୈଳାଶ ଚନ୍ଦ୍ର ତ୍ରିପାଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । 
ଉକ୍ତ ଶିବିର ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ତତ୍ୱାବଧାନରେ ୧୭.୦୬.୨୦୨୩ ଠାରୁ ୨୨.୦୬.୨୦୨୩ ଚାରୋଟି କ୍ଲଷ୍ଟରରେ ସଫଳତାର ସହିତ ସମ୍ପର୍ଣ୍ଣ ହୋଇଛି । ଉକ୍ତ ଶିବିର ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣି ଶ୍ରୀମତୀ ଲକ୍ଷ୍ମୀ ଦେଇ, ମୁଖ୍ୟ ଅତିଥି ସ୍ୱାତୀତନ୍ମୟା ମିଶ୍ର,ରଞ୍ଜୁବାଳା ସାହୁ (ସି.ଡି.ପି.ଓ , ବେଗୁନିଆ) , ଅଜିତ ମହାନ୍ତି (ଗଭର୍ନମେଣ୍ଟ ଆଇ. ଟି. ଆଇ ଭୁବନେଶ୍ବର) , ପ୍ରକାଶ ଚନ୍ଦ୍ର ବାରିକ (ସାଇ ଏକ୍ସପୋର୍ଟ ଭୁବନେଶ୍ବର ,ଜଟଣୀ, ଆଇ. ଟି.ଆଇ) , ରଞ୍ଜିତା ବେଉରା, ରଶ୍ମିତା ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଶ୍ରୀଯୁକ୍ତ ଭାସ୍କର ଲେଙ୍କା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଯୋଗ ନେଇଥିଲେ।

ବକ୍ତା ମାନେ ଶିବିରାର୍ଥୀ ମାନଙ୍କୁ ସମସ୍ତ ପ୍ରକାରର ସରକାରୀ ସହାୟତା ଦେବା ଓ ନିଜକୁ ସ୍ୱାବଲମ୍ୱନ କରିବାର ଦକ୍ଷତା ତଥା ଭବିଷ୍ୟତର ରୋଜଗାର ପନ୍ଥାର ସୁନିଶ୍ଚିତ ସମ୍ପର୍କରେ ଆଲୋକପାତ କରିଥିଲେ । ହଜ କ୍ଲଷ୍ଟରରେ (ସି .ଆର. ସି .ସି )ଶ୍ରୀ ଆଲୋକ କୁମାର ସାମନ୍ତରାୟ ସଭା ପରିଚାଳନା କରିଥିବା ବେଳେ ଶ୍ରୀ ସୂର୍ଯ୍ୟକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଶିକ୍ଷା କର୍ମଚାରୀ ଉପସ୍ଥିତ ରହି ଶିବିରାର୍ଥୀ ଙ୍କ ମନୋବଳ ବଢ଼ାଇଥିଲେ ।
