Home ଓଡ଼ିଶା ସାଇଏଂଟ୍ ଡିଏଲ୍ଏମ୍ ଲିମିଟେଡ୍ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୩ ଜୁନ୍ ୨୭, ମଙ୍ଗଳବାର ଖୋଲିବ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ସାଇଏଂଟ୍ ଡିଏଲ୍ଏମ୍ ଲିମିଟେଡ୍ର ଇନିସିଆଲ ପବ୍ଳିକ୍ ଅଫର ୨୦୨୩ ଜୁନ୍ ୨୭ରେ ଖୋଲିବ ଯେଉଁଥିରେ ୫,୯୨୦ ନିୟୁତ ଇକ୍ୱିଟି ସେୟାର ସାମିଲ ରହିଛି । ଏହି ବିଡ୍ / ଇସ୍ୟୁର ଶେଷ ତାରିଖ ହେଉଛି ୨୦୨୩ ଜୁନ୍ ୩୦, ଶୁକ୍ରବାର । ଆଙ୍କର ନିବେଶକମାନଙ୍କ ବିଡ୍/ ଇସ୍ୟୁ ଖୋଲିବାର ଗୋଟିଏ କାର୍ଯ୍ୟ ଦିବସ ପୂର୍ବରୁ ଅର୍ଥାତ ୨୦୨୩ ଜୁନ୍ ୨୬ରେ ବିଡ୍/ ଇସ୍ୟୁ ଖୋଲିବ । ଇକ୍ୱିଟି ସେୟାର ପିଛା ମୂଲ୍ୟ ୨୫୦ ଟଙ୍କାରୁ ୨୬୫ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ନିବେଶକମାନେ ସର୍ବନିମ୍ନ ୫୬ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ଏହା ପରେ ୫୬ର ଗୁଣିତକ ହିସାବରେ ଅଧିକ ଇକ୍ୱିଟି ସେୟାର ଯୋଡ଼ିପାରିବେ । ୧୦୮ କୋଟି ଟଙ୍କାରେ ୪,୦୭୫,୪୭୧ ଇକ୍ୱିଟି ସେୟାରର ପ୍ରାଇଭେଟ୍ ପ୍ଲେସ୍ମେଂଟ୍ କରିବା ଲାଗି କଂପାନି ପକ୍ଷରୁ ବିଆର୍ଏଲ୍ଏମ୍ ସହିତ ଆଲୋଚନା କରାଯାଇଛି । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ଇସ୍ୟୁର ଭାଗ ୭୫%ରୁ କମ୍ ହେବ ନାହିଁ । ସେହିପରି କ୍ୟୁଆଇବିଙ୍କ ପାଇଁ ରହିଥିବା ଭାଗର ୬୦ ପ୍ରତିଣତ ଆଙ୍କର ନିବେଶଙ୍କୁ ସେବି ନିୟମ ଅନୁସାରେ ପ୍ରଦାନ କରାଯିବ ଯେଉଁଥିପାଇଁ ବିଆର୍ଏଲ୍ଏମ୍ ସହିତ ଆଲୋଚନା ହୋଇଛି । ତାହାର ଏକ ତୃତୀୟାଂଶ ଦେଶ ଭିତରର ମ୍ୟୁଚୁଆଲ୍ ଫଣ୍ଡ୍ ପାଇଁ ସଂରକ୍ଷିତ ରହିବ । ସେଥିପାଇଁ ଆବଶ୍ୟକ ସବ୍ସ୍କ୍ରିପ୍ସନ୍ ନମିଳିଲେ ଅବଶିଷ୍ଟ ଇକ୍ୱିଟି ସେୟାରକୁ ନେଟ୍ କ୍ୟୁଆଇବିଙ୍କ ଭାଗରେ ଯୋଡ଼ାଯିବ । ନେଟ୍ କ୍ୟୁଆଇବି ଭାଗର ୫% ମ୍ୟୁଚୁଆଲ୍ ଫଣ୍ଡ୍ମାନଙ୍କ ପାଇଁ ରହିବ । ନିଟ୍ ଇସ୍ୟୁର ୧୫% ଅଣ ସଂସ୍ଥାଗତ ବିଢରମାନଙ୍କ ଲାଗି ରହିବ । ତାହାର ୧୦% ରିଟେଲ୍ ନିବେଶକମାନଙ୍କ ପାଇଁ ରଖାଯିବ । କର୍ମଚାରୀ ସଂରକ୍ଷଣ ଭାଗରେ ଯୋଗ୍ୟ ବିବେଚିତ କର୍ମଚାରୀମାନଙ୍କୁ ସମାନୁପାତିକ ଭିତିରେ ଇକ୍ୱିଟି ସେୟାର ଆବଂଟନ କରାଯିବ । ଇସ୍ୟୁର ଇକ୍ୱିଟି ସେୟାରକୁ ବିଏସ୍ଇ ଓ ଏନ୍ଏସ୍ଇରେ ତାଲିକାଭୁକ୍ତ କରାଯିବ । ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍ ଓ ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍ । Categories: ଓଡ଼ିଶା, ଦେଶ, ମହାନଗର, ହୋମ୍ Related Content ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ by Proprietor Abhimanyu Maharana September 24, 2026 ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା"ମୋ ପରିବାର" by Proprietor Abhimanyu Maharana September 24, 2026 ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ by Proprietor Abhimanyu Maharana September 24, 2026 ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ by Proprietor Abhimanyu Maharana September 24, 2026 ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ by Proprietor Abhimanyu Maharana September 24, 2026 ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି by Proprietor Abhimanyu Maharana September 24, 2026