Home ଅପରାଧ ଜମି ବିକ୍ରିକୁ କେନ୍ଦ୍ର କରି ଆତଙ୍କରାଜ : ଜମି ମାଫିଆ ଓ ଭଡାଟିଆ ଗୁଣ୍ଡାଙ୍କ ସମେତ ୯ ଗିରଫ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ଗଞ୍ଜାମ ପୋଲିସ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଗ୍ରାମରେ ବୁଧବାର ଅପରାହ୍ନ ସମୟରେ ଜମି ରେଜିଷ୍ଟ୍ରେସନକୁ କେନ୍ଦ୍ର କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଜମି ମାଫିଆ ଓ ତାଙ୍କ କିଛି ଘନିଷ୍ଠ ସହଯୋଗୀ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇ ଜମି ମାଲିକଙ୍କୁ ଭୟଭୀତ କରି ବିକ୍ରି ଦଲିଲରେ ଜୋର ଜବରଦସ୍ତ ସ୍ବାକ୍ଷର କରିବା ଉଦ୍ୟମ ଅସଫଳ ହେବା ପରେ ଘର କବାଟ ଭାଙ୍ଗିବା ଓ ଆକ୍ରମଣ କରିବା ଘଟଣା ଏବେ ଜମି ମାଫିଆ ଓ ତାଙ୍କ ପ୍ରାୟୋଜିତ ପୋଷାଗୁଣ୍ଡାଙ୍କ ପାଇଁ ମହଙ୍ଗା ପଡିଛି । ଏତଲାକୁ ଭିତ୍ତିକରି ପୋଲିସ ଜମି ମାଫିଆଙ୍କ ସମେତ ୯ ଜଣ ଅସାମାଜିକ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ମାନେ ହେଲେ ହିଞ୍ଜିଳି ଥାନା ସୋମପୁର ଗ୍ରାମର ମନମୋହନ ଗୌଡ଼(ମିଟୁ)(୪୩),କେଳୁ ଚରଣ ପ୍ରଧାନ(୨୩),ପୋୖରାଞ୍ଚଳ ଦାସିଆ ମାର୍ଗର ଗୟା ଦାସ(୩୩), ପାଟପୁର ଥାନା ଡେଙ୍ଗାଓସ୍ତା ଗ୍ରାମର ସୁନୀଲ ସେଠି(୨୪), ଆଦିକନ୍ଦପୁର ଗ୍ରାମର ସୁନିଲ ମହାଙ୍କୁଡ(୨୦), ସିଙ୍ଗିପୁର ଗ୍ରାମର ଜିତେନ୍ଦ୍ର ଦୋରା (୨୧), ପୋଡାମାରି ଗ୍ରାମର ପିଣ୍ଟୁ ପ୍ରଧାନ (୨୭), ଗୋପାଳପୁର ଥାନା କରାପଲ୍ଲୀ ଗ୍ରାମର ସାଗର ସାହୁ (୩୦) ଓ କେ. ବଜରଙ୍ଗୀ ପାତ୍ର (୨୫) । ଗିରଫ ଯୁବକ ମାନଙ୍କ ଠାରୁ ଗୋଟିଏ ଖଣ୍ଡା, ୨ଟି ବାଇକ୍ (ଓଡି୩୨ବି ୬୦୩୧ ଓ ଓଡି୦୭ଭି ୯୭୭୭) ସହିତ ଗୋଟିଏ କାର (ଓଡି୦୭ ଓ୍ବାଇ ୪୯୯୪)କୁ ପୁଲିସ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ୩ ଟି ପୃଥକ ମାମଲା ୪୩୫, ୪୩୬ ଓ ୪୩୭/୨୩ ରେ ମାମଲା ରୁଜୁ କରି ଗିରଫ ଯୁବକ ମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପୋଲିସ ସୂଚନା ଅନୁଯାୟୀ ସୋମପୁର ଗ୍ରାମର କୈଳାସ ଗୌଡ଼ ଓ ସୁମିତ୍ରା ଗୌଡ଼ଙ୍କ ମାଲିକାନାସତ୍ତ୍ୱରେ ଥିବା ଚାଷଜମିକୁ ନିଜ ନାଁ ରେ ରେଜିଷ୍ଟ୍ରେସନ କରିବାକୁ କେନ୍ଦ୍ର କରି ପ୍ଲଟ ବ୍ୟବସାୟୀ ମନମୋହନଙ୍କ ସହ ସେମାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ମତାନ୍ତର ଓ ବିବାଦ ସୃଷ୍ଟି ହୋଇଥିଲା । ଉକ୍ତ ଚାଷ ଜମିକୁ ନିଜ ଦଖଲକୁ ନେବା ପାଇଁ ଯୋଜନା କରି ସୋମବାର ଅପରାହ୍ନ ସମୟରେ ମନମୋହନ କିଛି ଗୁଣ୍ଡା ଶ୍ରେଣୀର ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଧମକ ଓ ଜୋର ଜବରଦସ୍ତ ଧମକ ଦେଇଥିଲେ ଏବଂ ସେମାନଙ୍କ ଜମି ରେଜିଷ୍ଟ୍ରେସନ ପାଇଁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏପରିକି ଯୁବକ ମାନେ ପିସ୍ତଲ, ଖଣ୍ଡା, କାତି, ଠେଙ୍ଗା ଓ ଶାବଳ ଧରି ଆତଙ୍କରାଜ ସୃଷ୍ଟି କରିଥିଲା ବୋଲି କହିଛନ୍ତି । ଫଳରେ ସେଠାରେ କିଛି ସମୟ ପାଇଁ ହାତାହାତି ହେବା ସହ ଏକ ଅପ୍ରୀତିକର ଓ ଉତ୍ତେଜନା ପୂର୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗ୍ରାମର କିଛି ଯୁବକ ଏହାର ଦୃଢ଼ ପ୍ରତିବାଦ କରିବାରୁ ମନମୋହନ ଓ ସହଯୋଗୀ ଯୁବକ ଗୋଷ୍ଠୀ ସେମାନଙ୍କୁ ମାରିଦେବା ପାଇଁ ଉଦ୍ୟମ କରି ଘର କବାଟ ଭାଙ୍ଗିଥିଲେ । ଏଭଳି କିଛି ସମୟ ଧରି ଆତଙ୍କ ଜନିତ ପରିସ୍ଥିତି ଲାଗି ରହିଥିଲା । କୌଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାରେ ସଂପୃକ୍ତ ଥିବା ଯୁବକଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲା । ପରେ ବିନୋଦ କୁମାର ଗୌଡ଼, ସୁମିତ୍ରା ଗୌଡ଼ ଓ ବିଷ୍ଣୁପ୍ପ୍ରିୟା ଗୌଡ଼ଙ୍କ ଏତଲା ଆଧାରରେ କେଶ ନଂ -୪୩୫/୨୩,୪୩୬/୨୩ ଓ ୪୩୭/୨୩ରେ ପୃଥକ ମାମଲା ରୁଜ୍ଜୁ କରିଛି । ଅନ୍ୟ ପକ୍ଷରେ ମନମୋହନଙ୍କ ପତ୍ନୀ ନିଶାମଣି ଗୌଡ଼ ପାଲଟା ଏତଲା ଦେଇଛନ୍ତି । ପୋଲିସ ୪୩୮/୨୩ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ଶ୍ରୀ ଦାସ କହିଛନ୍ତି । ଖବର ଲେଖାହେଲା ସୁଦ୍ଧା ପୋଲିସ ୯ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଅସାମାଜିକ ଯୁବକ ମାନେ ଫେରାର ଥିବା ଜଣାପଡିଛି । ଆତଙ୍କରାଜ ଘଟଣାରେ ଏକ ନାମୀଦାମୀ କାର ଓ ବାଇକରେ ଯୁବ ଗୋଷ୍ଠୀ ଗ୍ରାମକୁ ଆସି ଏଭଳି କାଣ୍ଡ ଭିଆଇ ଥିବା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି । Categories: ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍ Related Content ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ by Proprietor Abhimanyu Maharana September 24, 2026 ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା"ମୋ ପରିବାର" by Proprietor Abhimanyu Maharana September 24, 2026 ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ by Proprietor Abhimanyu Maharana September 24, 2026 ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ by Proprietor Abhimanyu Maharana September 24, 2026 ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ by Proprietor Abhimanyu Maharana September 24, 2026 ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି by Proprietor Abhimanyu Maharana September 24, 2026