Home ଓଡ଼ିଶା ଆଶୀର୍ବାଦର “ଅନୁଭୂତି ଭବନ” – ରଥଯାତ୍ରାର ଦୃଶ୍ୟାୟନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଆଶୀର୍ବାଦ (Aashirvaad)ର \”\”ଓଡ଼ିଶା ଅନୁଭୂତି ଭବନ\’\’ – ଏକ ସ୍ୱତନ୍ତ୍ର ପ୍ରକାରର ପ୍ରୟାସ ଯାହାକି ଓଡ଼ିଶାର ସମୃଦ୍ଧ ସଂସ୍କୃତିର ପ୍ରଦର୍ଶନ ଓ ମହାନ ରଥଯାତ୍ରାର ମହାର୍ଘ୍ୟ ଅନୁଭୂତିକୁ ବହୁଗୁଣିତ କରିବା ପାଇଁ ଆୟୋଜନ କରାଯାଇଛି ୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ITC ଆଶୀର୍ବାଦ (Aashirvssd) ଅଟା, ଭାରତର ୧ ନମ୍ବର ପ୍ୟାକେଜଡ ଅଟା ବ୍ରାଣ୍ଡ । ଏହା ଓଡ଼ିଶାର ବୃହତମ ବାର୍ଷିକ ଉତ୍ସବ ପୁରୀ ରଥଯାତ୍ରା ୨୦୨୩ ପାଳନ ପାଇଁ ପୁରୀରେ ପହଂଚିଛି । ଏହି ବ୍ରାଣ୍ଡ୍ ଭକ୍ତମାନଙ୍କୁ ଏହି ମହାନ୍ ସାଂସ୍କୃତିକ ଉତ୍ସବରେ ଅନନ୍ୟ ଅନୁଭୂତି ପ୍ରଦାନ କରିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରିବା ପାଇଁ ପରିଚିତ । ଏ ବର୍ଷ ମଧ୍ୟ ଆଶୀର୍ବାଦ (Aashirvaad) ଅଟା ତରଫରୁ ଉପସ୍ଥାପନ କରାଯାଉଛି ଏକ ସ୍ୱତନ୍ତ୍ର ଏବଂ ଅପ୍ରତୀମ ମନମୁଗ୍ଧକର \”୨୭୦ ଡିଗ୍ରୀ ଦୃଶ୍ୟାୟନ ଅନୁଭୂତି ଯାହାକି ଭକ୍ତମାନଙ୍କୁ ଓଡ଼ିଶାର ଆକର୍ଷଣୀୟ ଓ ବଳିଷ୍ଠ ସଂସ୍କୃତି ତଥା ରଥଯାତ୍ରାର ମହାନତାର ଝଲକ ଦର୍ଶାଇଥାଏ । ୯ ଦିନର ପୁରୀ ରଥଯାତ୍ରା ଉତ୍ସବ ମାଧ୍ୟମରେ ସାରା ଭାରତରୁ ଭକ୍ତ ମଣ୍ଡଳୀ ପ୍ରଭୁ ଜଗନ୍ନାଥଙ୍କର ଏହି ଘୋଷଯାତ୍ରା ଦେଖିବାକୁ ଏକାଠି ହୋଇଥାନ୍ତି । ସାରା ରାଜ୍ୟ ଉତ୍ସବର ରଙ୍ଗରେ ରଙ୍ଗୀନ ହୋଇଯାଇଥାଏ ଏବଂ ଏହି ଯାତ୍ରା ପାଇଁ ଦୃଢ଼ ଭକ୍ତି ଓ ଉତ୍ସାହର ସହ ପ୍ରସ୍ତୁତିରେ ମଗ୍ନ ହୋଇଯାଇଥାଏ । ଆଶୀର୍ବାଦ (Aashirvaad) ଅଟା ବହୁ ବର୍ଷ ହେଲା ଏହି ମହାଯାତ୍ରାର ଏକ ମହତ୍ୱପୂର୍ଣ୍ଣ ଅଂଶ ପାଲଟିଛି । ଏହା ପୁରୀକୁ ଧାଇଁ ଆସୁଥିବା ଅଗଣିତ ଭକ୍ତଙ୍କୁ ଆଧ୍ୟାତ୍ମିକ ଅନୁଭୂତି ପ୍ରଦାନ କରିବା ପାଇଁ ସକ୍ରିୟ ଭାବରେ ସହଯୋଗ କରିଆସୁଛି । ଏ ବର୍ଷ ରଥଯାତ୍ରାର ଉତ୍ସବର ଅନୁଭୂତିକୁ ଆହୁରି ଉନ୍ନତ କରିବା ପାଇଁ ଆଶୀର୍ବାଦ ତିଆରି କରିଛନ୍ତି ଏକ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ମନମୁଗ୍ଧକର ଦୃଶ୍ୟକଳ୍ପ ଅନୁଭୂତି “ଆଶୀର୍ବାଦ ଓଡ଼ିଶା ଅନୁଭୂତି ଭବନରେ”। ଏହି ଅବସରରେ ଏସ୍ ଗଣେଶ କୁମାର, ଏସବିୟୁଚିଫ୍ ଏକଜିକ୍ୟୁଟିଭ୍, ଷ୍ଟାପଲ୍, , ସ୍ନାକ୍ସ ଏବଂ ମିଲସ୍, ଫୁଡସ୍ବିଜନେସ୍ ,ITC limited ପୁରୀ ରଥଯାତ୍ରା ହେଉଛି ଓଡ଼ିଶାର ମହାନ୍ ଧାର୍ମିକ ପରମ୍ପରା । ଦୂରଦୂରାନ୍ତରୁ ଲକ୍ଷ ଲକ୍ଷ ଭକ୍ତଙ୍କର ସମାବେଶ ହୋଇଥାଏ । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଆମ୍ଭେମାନେ ସମସ୍ତ ଯାତ୍ରୀଙ୍କୁ ଏକ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିବାକୁ ଚାହୁଁ । ଏହି ପ୍ରକାରର ପ୍ରଥମ ୨୭୦ ଡିଗ୍ରୀ ମନମୁଗ୍ଧକର ଦୃଶ୍ୟାୟନ ଅନୁଭୂତି ସହିତ ଆଶୀର୍ବାଦ ଭକ୍ତମାନଙ୍କୁ ଓଡ଼ିଶାର ମହାନ୍ ସଂସ୍କୃତିର ଅବଗାହନ ସହିତ ପ୍ରଶଂସା କରିବ ଏବଂ ସେମାନଙ୍କୁ ଏହି ଉତ୍ସବର ଭାବାବେଗପୂର୍ଣ୍ଣ ମୁହୂର୍ତଗୁଡ଼ିକୁ ସ୍ମରଣୀୟ କରି ରଖିବାରେ ସାହାଯ୍ୟ କରିବ । ଅଂଶଗ୍ରହଣକାରୀମାନେ ଏକ ଇଂଟରଆକ୍ଟିଭ୍ ୪ ଷ୍ଟେପ୍ ଆଡଭାଂଟେଜ୍ ଗେମ୍ରେ ଭାଗ ନେଇ ଆଶୀର୍ବାଦ ଅନୁଭୂତି ଭବନରେ ସ୍ୱତନ୍ତ୍ର ଅନୁଭୂତି ପାଇପାରିବେ । ଏହି ଗେମ୍ ସମ୍ପୂର୍ଣ୍ଣ ହେବା ପରେ ସେମାନେ ସ୍ୱତନ୍ତ୍ର ଅନୁଭୂତି ପାଇଁ ଯୋଗ୍ୟ ହୋଇଥାନ୍ତି ଯେଉଁଠାରେ ଏକ ଆକର୍ଷଣୀୟ ୨୭୦ ଡିଗ୍ରୀ ଭିଡିଓ ଅପେକ୍ଷା କରିଥାଏ । ଆଡଭାନ୍ସଡ ମଲ୍ଟି-ଡିରେକ୍ସନ ଲେଜର୍ ଟେକ୍ନୋଲୋଜି ବ୍ୟବହାର କରି ଭକ୍ତମାନେ ଓଡ଼ିଶାର ବଳିଷ୍ଠ ସଂସ୍କୃତି, ସାମୁଦ୍ରିକ ବେଳାଭୂମି ଓ ପ୍ରାକୃତିକ ଦୃଶ୍ୟର ଆନିମେସନ୍ ଏକ ଭାବାବେଗପୂର୍ଣ୍ଣ ୩ ଡାଇମେନସନାଲ୍ ଉପସ୍ଥାପନ ମାଧ୍ୟମରେ ଦେଖିବାକୁ ପାଇବେ । ଆଶୀର୍ବାଦର ଟେକ୍ନୋଲୋଜି ଓ ଆଧ୍ୟାତ୍ମିକତାର ସମ୍ମେଳନରେ ପ୍ରସ୍ତୁତ ଏହି ଦୃଶ୍ୟାୟନ ରଥଯାତ୍ରାରେ ସାମିଲ୍ ହୋଇଥିବା ଭକ୍ତମାନଙ୍କ ମନରେ ଭକ୍ତିଭାବ ଜାଗ୍ରତ କରିବା ସହ ଏହି ଅନୁଭୂତିକୁ ସ୍ମରଣୀୟ କରି ରଖିବ । Categories: ଓଡ଼ିଶା, ଦେଶ, ପୁରୀ, ହୋମ୍ Related Content ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ର ସମାବେଶ : ଏକତା ଓ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ଵାରୋପ by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 KHURDA ROAD DIVISION CONDUCTED CLOSING CEREMONY OF HINDI PAKHWADA -2026 AND 151st DIVISIONAL OFFICIAL LANGUAGE IMPLEMENTATION COMMITTEE MEETING by Proprietor Abhimanyu Maharana September 24, 2026 ଲଗାଣ ବର୍ଷାରେ କଳିଙ୍ଗା ଘାଟିରେ ଭୁଶୁଡ଼ିଲା ନିର୍ମାଣାଧୀନ ଗାର୍ଡୱାଲ୍, ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ ହେଲା ଘାଟି ରାସ୍ତା by Proprietor Abhimanyu Maharana September 24, 2026