ମହିତମା ଏବଂ ବାହାଡ଼ ଝୋଲା ବନପାଳ ଙ୍କ ବଦଳି

୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୟାଗଡ଼ ଜିଲ୍ଲା ମହିପୁର ବନାଞ୍ଚଳ ଅଧୀନରେ ଥିବା ମହିତମା ଏବଂ ଓଡ଼ଗାଁ ବନାଞ୍ଚଳ ବାହାଡଝୋଲା ବନପାଳଙ୍କର ବଦଳି ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ଆର୍ ସି ଅଫ ଅଫିସ୍ ପତ୍ର ନଂ ୭୬, ତାରିଖ- ୧୬/୬/୨୩ ରେ ସୂଚନା ଅଛିକି ମହିତମା ବନପାଳ ରାକେଶ କୁମାର ସାହୁ ଙ୍କ ର ବାହାଡଝୋଲା ବିଟ ବଦଳି ହୋଇଥିବାବେଳେ ବାହାଡଝୋଲା ବନପାଳ ସନାତନ ସ୍ୱାଇଁଙ୍କର ଖଣ୍ଡପଡ଼ା ବଦଳି ହୋଇଛି ।

ସେହିପରି ଖଣ୍ଡପଡା ସିଂଘାପଡ଼ା ବିଟ ର ବନପାଳ ପ୍ରଫୁଲକୁମାର ନାୟକ ଙ୍କୁ ମହୀତମା ବିଟକୁ ବଦଳି କରାଯାଇଛି । ଏ ନେଇ ମହିପୁର୍ ବନାଞ୍ଚଳ ଅଧିକାରୀ ଅମିତ୍ କୁମାର ସାହୁ ସୁଚନା ଦେଇଛନ୍ତି l

Exit mobile version