୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୋଏଡା :- ନୋଏଡାର ସେକ୍ଟର ୧୨୧ ସ୍ଥିତ ଗଢ଼ିଚୌଖଣ୍ଡି ଜଗନ୍ନାଥ ମନ୍ଦିରଠାରେ ରଥ ଯାତ୍ରା ଉତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଛି । ଏହି ପବିତ୍ର, ପାର୍ବଣ, ଧାର୍ମିକ ସମାରୋହରେ ଓଡ଼ିଆ ଓ ଅଣଓଡ଼ିଆ ପ୍ରାୟ ୫ ହଜାର ଭକ୍ତଙ୍କର ସମାଗମ ହୋଇଥିବା ଦେଖା ଯାଇଥିଲା । ଏଠାକାର ମନ୍ଦିରରେ ଗତକାଲି ବଡ଼ି ଭୋର ୫ଟା ବେଳେ ଦିଅଁ ମାନଙ୍କ ସମ୍ମୁଖରେ ମଙ୍ଗଳ ଆରତୀ କରାଯାଇଥିଲା ।

ଏହାପରେ ପୂର୍ବାହ୍ନ ୧୧ଟାରେ ରଥସ୍ଥାପନା ଏବଂ ପୂଜାର୍ଚ୍ଚନା ବିଧି ମୁତାବକ ଅନୁଷ୍ଠିତ ହୋଇଥିଲା । ଦ୍ଵିପ୍ରହରର ସାଢେ଼ ୧୨ଟା ବେଳେ ଠାକୁର ମାନଙ୍କୁ ଛପନ ଭୋଗ ଅର୍ପଣ କରାଯାଇଥିଲା । ଦେଢଟା ବେଳେ ସର୍ବସାଧାରଣ ମାନଙ୍କୁ ମହାପ୍ରସାଦ ବଣ୍ଟନ କରାଯାଇଥିଲା । ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ ସମିତିର ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ସମାଜସେବୀ ଡଃ ମନୋରଞ୍ଜନ ମହାନ୍ତିଙ୍କର ନେତୃତ୍ୱରେ ସ୍ବେଚ୍ଛାସେବୀ ମାନଙ୍କଦ୍ଵାରା ଦର୍ଶକ ମାନଙ୍କର ଭାରି ଭିଡ଼କୁ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।
