ଫୁଲନଖରା ସକାଳ ଚା ଖଟି ପକ୍ଷରୁ ବରିଷ୍ଠ ସଦସ୍ୟ ହେମନ୍ତଙ୍କ ଜନ୍ମ ଦିନ ପାଳନ

୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ଫୁଲନଖରା ଛକ ସକାଳ ଚା ଖଟିର ସଦସ୍ୟ ମାନେ, ଆଜି ଚା ଖଟିର ବରିଷ୍ଠ ସଦସ୍ୟ ହେମନ୍ତ କୁମାର ସାହୁଙ୍କ ଜନ୍ମ ଦିନ ଚା ଖଟିରେ ପାଳନ କରିଥିଲେ ।

ସଭାପତି ପ୍ରଶାନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ସଦସ୍ୟ ମାନେ ହେମନ୍ତଙ୍କୁ ଉତ୍ତରୀ ପୁଷ୍ପ ଗୁଛ ଦେଇ ଶୁଭେଚ୍ଛା ଅଭିନନ୍ଦନ ଜଣାଇବା ସହିତ କେକ୍ କାଟି ଖୁଆଇଥିଲେ ।

ଏହି ନିଆରା ଜନ୍ମ ଦିନ ପାଳନ ଉତ୍ସବରେ ସୁଧୀର କୁମାର ପଟ୍ଟନାୟକ, ବିନୟ କୁମାର ଜେନା, ଅନିଲ କୁମାର ମହାନ୍ତି,କୃଷ୍ଣ ଚନ୍ଦ୍ରଭୋଇ, ବୈକୁଣ୍ଠ ମହାନ୍ତି , ପ୍ରଦିପ କୁମାର ଦାସ ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Exit mobile version