ଉଦୟନାଥ ମହାବିଦ୍ୟାଳୟ ରେ ଯୋଗ ଦିବସ ପାଳିତ

୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍) କଟକ :- କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ଓଡିଶା ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଉଦୟନାଥ ସ୍ୱୟଂ ଶାସିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ତରଫରୁ ଆନ୍ତଃ ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ସ୍ୱାଇଁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ପାଳିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ରେ ଦର୍ଶନ ବିଭାଗ ର ମୁଖ୍ୟ ପ୍ରଫେସର ବିଜୟ କୁମାର ନାୟକ, କ୍ରୀଡା ଶିକ୍ଷକ ଆରାଧ୍ୟ୍ୟ ପ୍ରଧାନ,ଗଣିତ ଅଧ୍ୟାପକ ମହେନ୍ଦ୍ର ମହାପାତ୍ର, ଜିମ ଶିକ୍ଷକ ବିଶ୍ୱ ରଞ୍ଜନ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

ଏଥିରେ ପୁରାତନ ଛାତ୍ର ସୂର୍ଯ୍ୟକାନ୍ତ ଲେଙ୍କା,ଏନ ଏସ ଏସ, ଏନ ସି ସି ଶିବିରର୍ଥୀ ଏବଂ ଛାତ୍ର ଛାତ୍ରୀ ମାନେ ଯୋଗ ଦିବସ ପାଳନ କରିଥିଲେ । ଏହି ଶିବିର କୁ ଯୋଗ ଏବଂ ସ୍ୱାସ୍ଥ୍ୟ ପରିଚାଳନା ବିଭାଗ ର ମୁଖ୍ୟ ଯୋଗ ଅଧ୍ୟାପକ ସନ୍ତୋଷ କୁମାର ମାଝୀ ପରିଚାଳନା କରିଥିଲେ । ସେହିପରି ଅପରାହ୍ନ ରେ ଦର୍ଶନ ବିଭାଗ ତରଫରୁ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନ ର ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ସ୍ୱାଇଁ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଏସ ଭି ନିରତାର ର ନିର୍ଦେଶକ ପ୍ରଫେସର ଡ଼ ପତିତପାବନ ମହାନ୍ତି,

ମୁଖ୍ୟ ବକ୍ତା ରୂପେ ଡ଼ ବିଶ୍ୱ ରଞ୍ଜନ ରଥ, ସମ୍ମାନିତ ଅତିଥି ରୂପେ ରସାୟନ ବିଭାଗ ର ମୁଖ୍ୟ ପ୍ରଫେସର ସୁଶାନ୍ତ କୁମାର ,ମହାନ୍ତି ଅର୍ଥନୀତି ବିଭାଗ ର ମୁଖ୍ୟ ଡ଼ କୃପାସିନ୍ଧୁ ପ୍ରଧାନ, ପ୍ରମୁଖ ଯୋଗ ଦେଈ ସୁନ୍ଦର ସମାଜ ଗଠନ ପାଇଁ ଯୋଗ ହିଁ ଏକ ମାତ୍ର ଲକ୍ଷ୍ୟ । ତେଣୁ ଛାତ୍ର ଛାତ୍ରୀ ମାନେ ପ୍ରତ୍ୟେକ ଦିନ ଯୋଗ ଅଭ୍ୟାସ କରିବା ଦରକାର । ବଞ୍ଚିବା ଓ ସ୍ଵାସ୍ଥ୍ୟ ର ସୁରେଖ୍ୟ ରକ୍ଷା ହି ଏକ ମାତ୍ର ଯୋଗ ହିଁ ଦରକାର । ଏହି ଆଲୋଚନା ଚକ୍ର କୁ ଦର୍ଶନ ବିଭାଗ ର ମୁଖ୍ୟ ପ୍ରଫେସର ବିଜୟ କୁମାର ନାୟକ ପରିଚାଳନା କରିଥିଲେ ।

Exit mobile version