Home ଓଡ଼ିଶା “ଜଗା ଚାକର ସଙ୍ଘ” ତରଫରୁ ରଥ ଯାତ୍ରାରେ ମାଗଣା ସେବା : ରନ୍ଧା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଆମ କୋଟି ଓଡ଼ିଆ ର ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ରଥ ଯାତ୍ରା ରେ “ଜଗା ଚାକର ସଂଘ” ସମସ୍ତ ଜଗତ ବାସୀଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଉ ଅଛି । ୨୧ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- “ଜଗା ଚାକର ସଂଘ” ତାହାର ଚିରା ଚରିତ ପ୍ରଥାନୁସାରେ ବିଭିନ୍ନ ସେବା ପ୍ରଦାନ କରି ଘୋଷଜତ୍ରା ର ପରିବେଶ କୁ ସେବା ମୁଖରିତ କରି ତୋଳିଥିଲେ l ‘ଜଗା ଚାକର ସଂଘ’ ର ସଭାପତି ଶ୍ରୀ ସଦାନନ୍ଦ ସାହୁ, ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ, ଲଳିତ,ଅନିତା, ଶ୍ରୀକାନ୍ତ, ହୃଦା, ନିରଦ, କନକ ଜୟନ୍ତ,ପରିଡ଼ା ବାବୁ, ପ୍ରତାପ, ପ୍ରକାଶ ଆମିତି ଏବଂ ଭୁବେଶ୍ବରର ଶ୍ରୀମତୀ ଇତିଶ୍ରୀ ପରିଡ଼ା, ଶ୍ରୀମତୀ ରୋଜାଲିନ ଦାସ, ଶ୍ରୀମତୀ କଳ୍ପନା ମିଶ୍ର ଓ ଶ୍ରୀମତୀ ପ୍ରିୟଦର୍ଶିନୀ ନାୟକଙ୍କ ମାର୍ଗ ଦର୍ଶନ ରେ ଓଡ଼ିଶା ତଥା ଓଡ଼ିଶା ବାହାର ର ବିଭିନ୍ନ ସ୍ଥାନରୁ ପ୍ରାୟ ୧୭୦ ଜଣ କର୍ମ କର୍ତ୍ତା ଙ୍କୁ ନେଇ ବଡ଼ଦାଣ୍ଡରେ ପରିମଳ ସେବା ମାଧ୍ୟମରେ କୁଢ଼ା କୁଢା ଗଦା ହେଉଥିବା ଅଳିଆ ଆବର୍ଜନାକୁ ଗୁଡ଼ିକୁ ଦଣ୍ଡରୁ ପରିଷ୍କାର କରି ସେବାର ଏକ ନିଆରା ଇତିହାସ ଯୋଗାଇ ଥିଲେ l ରୁଦ୍ରତାପ କୁ ଉପେକ୍ଷା କରି ପ୍ରତିଟି ସଭ୍ୟ ଆମ୍ବୁଲାନ୍ସ ସେବା, ପାନୀୟ ଜଳ ସେବା ମେଡିକାଲ ରେ ରୋଗୀ ମାନଙ୍କର ସେବା ଭିତରେ ସଂଘ ର ଭଉଣୀ ଓ ଭାଇ ମାନଙ୍କର ସେବା ତତ୍ପରତା ସମସ୍ତ ସମାଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା l ଏହା ବ୍ୟତୀତ ସମ୍ପାଦକ ଶ୍ରୀ ମନୋଜ କୁମାର ମହାପାତ୍ର ଙ୍କ କହିବା କଥା ଯେ ଦୀର୍ଘ l ୧୧ ଦିନ ଧରି ଅର୍ଥାତ୍ ତା.୧୯/୬/୨୩ ରିଖ ଠାରୁ ତା.୨୯/୬/୨୩ ରିଖ ପଯ୍ୟନ୍ତ ବଡ଼ଦାଣ୍ଡ ବଳଗଣ୍ଡି ଛକଠାରେ ପୁରୀର ଏକ ଶୁ ପରିଚିତ ଅନୁଷ୍ଠାନ ର ସହାୟତା ରେ ସଂସାର ର ଶ୍ରେଷ୍ଟ ସେବା “ଆର୍ଣ ସେବା” ୩୦,୦୦୦ ଭକ୍ତଙ୍କ ପାଇଁ ଆୟୋଜନ କରିଛନ୍ତି l ସଭାପତି ଶ୍ରୀ ସଦାନନ୍ଦ ସାହୁ ଙ୍କ କହିବା ଅନୁସାରେ ଏହି ସେବା ଅନୁଷ୍ଠାନ ଟି କେତେକ ଦେଶ ରକ୍ଷକ ଙ୍କ ଚିନ୍ତାଧାରା କୁ ନେଇ ଗଢ଼ି ଉଠିଥିବା ସଙ୍ଗଠନଟି ଆଜି ଓଡ଼ିଶା ଓ ଓଡ଼ିଶା ବାହାରୁ ପ୍ରାୟ ୪୦୦ ସଭ୍ୟା ଓ ସଭ୍ୟଙ୍କୁ ନେଇ ବହୁତ୍ ଅଧ୍ୟାତ୍ତ୍ମିକ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଛି l ପ୍ରତି ଟି ପରିବାର ରେ ପ୍ରତିଟି ମଣିଷ ନିର୍ମାଲ୍ୟ, ଗଙ୍ଗାଜଳ ସେବନ କରନ୍ତୁ । ପ୍ରତି ଘରେ ଶ୍ରୀମଦ୍ ଭଗବତ୍ ଗୀତା ଓ ଶ୍ରୀମଦ୍ ଭଗବତ୍ ମହାପୁରାଣ ପାଠ ହୁଅନ୍ତୁ l ଏହା ଏମାନଙ୍କର ମୁକ୍ଷ୍ୟ ଲକ୍ଷ୍ୟ l ଓଡ଼ିଶା ଭିତରେ ଗଢ଼ି ଉଠୁଥିବା ବିଭିନ୍ନ ବୃଦ୍ଧା ଶ୍ରମ ମାନଙ୍କରେ ଆର୍ଥିକ ଓ ମାନସିକ ସହାୟତା ଯୋଗାଇ ଦେଇ ଆସୁଛନ୍ତି l ସାମ୍ପ୍ରତିକ କାଳରେ ଅବକ୍ଷୟ ମୁଖୀ ସଂସ୍କୃତି ଓ ପରମ୍ପରାର ପୁନରୁଦ୍ଧାର ପାଇଁ ଅବହେଳିତ ଏବଂ ଅଯତ୍ନ ଉପେକ୍ଷିତ, ଗୋକୁଳର ସେବାପୂଜା ଜରୁରୀ ଆବଶ୍ୟକତା ରୂପେ ଉଭା ହୋଇଅଛି l Categories: ଓଡ଼ିଶା, ପୁରୀ, ମହାନଗର, ହୋମ୍ Related Content ୮୦ତମ ପବିତ୍ର ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି, ରଣପୁର ଏନଏସିରେ by Proprietor Abhimanyu Maharana August 15, 2026 ଟ୍ରେନ ଧକ୍କା ରେ ଗୋରୁ ଚରାଳି ସହିତ (୫) ଗୋରୁ ମୃତ by Proprietor Abhimanyu Maharana August 15, 2026 ମୋତିଆବିନ୍ଦୁ ଚି଼ହ୍ନଟ ଶିବିର ଓ ନିଶୁକ୍ଳ ଔଷଧ,ଚଷମା ବଣ୍ଟନ by Proprietor Abhimanyu Maharana August 15, 2026 ପଠାଣି ସାମନ୍ତ ବୃତ୍ତିରେ ଆଦର୍ଶ ଶିଶୁ ନିକେତନ ଛାତ୍ରର ସଫଳତା by Proprietor Abhimanyu Maharana August 15, 2026 Silk India’ exhibition begins at Hotel Prachi by Proprietor Abhimanyu Maharana August 14, 2026 ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ by Proprietor Abhimanyu Maharana August 14, 2026