ହାତୀ ଆକ୍ରମଣରେ ମୃତ୍ୟୁବରଣ ପରିବାରବର୍ଗଙ୍କୁ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମବେଦନା ଜ୍ଞାପନ

୨୧ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ସମ୍ବଲପୁର  :-  ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଯୁଯୋମୁରା ବ୍ଲକ ବିଜୁ ଜନତା ଦଳର ସକ୍ରିୟ କର୍ମୀ ତଥା ଯୁଯୋମୁରା ଗ୍ରାମ ପଞ୍ଚାୟତ ଡ଼ଙ୍ଗାପାଳ ଗ୍ରାମର ଗୋପାଳ ପ୍ରଧାନ (୫୭) ଏବଂ ରେଢ଼ାଖୋଲ ବ୍ଲକ ଭାଲିଆକଟା ଗ୍ରାମ ପଞ୍ଚାୟତ ବୁଢ଼ୀଖମାର ଗ୍ରାମର ରଙ୍କ ଭୂୟାଁ (୫୨) ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ଏବଂ ଦୁଃଖିତ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି I

ଉଭୟଙ୍କୁ ଖୁବ୍ ଶୀଘ୍ର ସରକାରଙ୍କ ଘୋଷିତ ଅନୁକମ୍ପା ରାଶି ଯୋଗାଇଦେବା ପାଇଁ ଶ୍ରୀ ଆଚାର୍ଯ୍ୟ ସମ୍ବଲପୁର ଜ଼ିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି I ଉଭୟଙ୍କ ଅମର ଆତ୍ମାର ସତଗତି କାମନା ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମା’ ସମଲେଶ୍ଵରୀ ଏବଂ ପ୍ରଭୁ ଜଗନ୍ନାଥ ଅସୀମ ଧର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ତାଙ୍କ ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି I

Exit mobile version