୨୧ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ ବ୍ଲକ :- ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମପଞ୍ଚୟତର ଲୋକିପୁର ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଯାତ୍ରା ପାଳନ ପାଇଁ ପ୍ରସ୍ତୁତ କମିଟିର ସଭାପତି ଆଲୋକ ମାନସିଂହ ଓ ସମ୍ପାଦକ ପ୍ରବୀର ଭୋଳ ଙ୍କ ନେତୃତ୍ୱ ରେ ରଥ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା । ରଥରେ ଛେରା ପହଁରା ର ପବିତ୍ର କାର୍ଯ୍ୟଟିକୁ ରାଜା ଧର୍ମାନନ୍ଦ ରଣସିଂହ ସମାପନ କରିଥିଲେ ।
ଛେରା ପହଁରା ପରେ ଗ୍ରାମର ମଧ୍ୟ ଭାଗରେ ଥିବା ଜଗନ୍ନାଥ ମନ୍ଦିରରୁ ରଥ ବାହାରି ଗ୍ରାମ ଦେବଦୀ ମା ଙ୍କ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲା । ଏହି ପର୍ବକୁ ଆନନ୍ଦ ଉଲ୍ଲାସ ର ସହିତ ଆବାଳବୃଦ୍ଧ ବନିତା ଉପଭୋଗ କରିବା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଭିକ୍ଷା କରିଥିଲେ । ରଥ ଯାତ୍ରା ସହିତ ବିଭିନ୍ନ କାର୍ଯ୍ୟକ୍ରମ ହେବାର ସ୍ଥିର ହୋଇଥିବା କଥା କମିଟିର ସମ୍ପାଦକ ଜଣାଇଛନ୍ତି ।
