Home ଓଡ଼ିଶା ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ୨୦୨୩ ମାର୍ଚ୍ଚ ପରେ ଘଟିଥିବା କାଳବୈଶାଖୀ ଘଟଣାରେ ପ୍ରଭାବିତ ୬୫୭ ବିଦ୍ୟୁତ ଖୁଂଟ, ୨୫୮ ଟ୍ରାନ୍ସଫରମର, ୬୩ ଦ୍ୱେତ ବିଦ୍ୟୁତ ଖୁଂଟର ପୁନଃ ସ୍ଥାପନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp କ୍ଷତିଗ୍ରସ୍ତ ୩୫.୦୮୫ ସର୍କିଟ୍ କିମି ତାରର ମରାମତି ୨୦୨୨ ତୁଳନାରେ ୨୦୨୩ରେ କାଳବୈଶାଖୀ ଘଟଣାରେ ଦୁଇ ଗୁଣାରୁ ଅଧିକ ବୃଦ୍ଧି ୨୧ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ସମ୍ବଲପୁର :- ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ଚଳିତ ବର୍ଷ ମାର୍ଚ୍ଚ ପରଠାରୁ ବାରମ୍ବାର ଘଟିଥିବା ପ୍ରବଳ ତୀବ୍ରତାର କାଳବୈଶାଖୀ ଝଡ଼ରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ୬୫୭ ବିଦ୍ୟୁତ ଖୁଂଟକୁ ପୁନଃସ୍ଥାପନ କରାଯାଇଥିବା ବେଳେ ୨୫୮ ବିଦ୍ୟୁତ ଟ୍ରାନ୍ସଫରର ମରାମତି କରାଯାଇଛି । କ୍ଷେତ୍ରରେ କାର୍ଯ୍ୟ କରୁଥିବା ଟିପିଡବ୍ଲୁଓଡିଏଲ୍ର ୧୧୭ ଉତ୍ସର୍ଗୀକୃତ କର୍ମଚାରୀଙ୍କ ଟିମ୍ ୩୫.୦୮୫ ସର୍କିଟ୍ କିମି କ୍ଷତିଗ୍ରସ୍ତ ତାରର ମରାମତି କରିଛନ୍ତି । ସେମାନେ ଏହି ସମୟରେ ୬୩ ଦ୍ୱେତ ପୋଲକୁ ବି ପୁନଃ ସ୍ଥାପନ କରିଛନ୍ତି । ଚଳିତ ବର୍ଷ ଟିପିଡବ୍ଲୁଓଡିଏଲ୍ ଅଂଚଳରେ କାଳବୈଶାଖୀ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଥିବାରୁ ବିଦ୍ୟୁତ ନେଟ୍ୱର୍କ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ପରଠାରୁ ଟିପିଡବ୍ଲୁଓଡିଏଲ୍ ଅଂଚଳରେ ୯୬ ଥର କାଳବୈଶାଖୀ ଝଡ଼ ଘଟଣା ଘଟିଛି ଯାହା ୨୦୨୨ରେ ଘଟିଥିବା ୫୨ ଥର କାଳବୈଶାଖୀ ଝଡ଼ ତୁଳନାରେ ପ୍ରାୟ ୨ ଗୁଣା ଅଧିକ । Categories: ଓଡ଼ିଶା, ଦେଶ, ବରଗଡ଼, ହୋମ୍ Related Content ଭାରତରେ ନୂତନ ବିଏମଡବ୍ଲୁ ୭ ସିରିଜ୍ ରେଞ୍ଜ ଶୁଭାରମ୍ଭ ହୋଇଛି by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 କନ୍ଧମାଳ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ର ସମାବେଶ : ଏକତା ଓ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ଵାରୋପ by Proprietor Abhimanyu Maharana September 24, 2026 କନ୍ଧମାଳ ମାଟିରେ ସାରସ୍ୱତ ଝଙ୍କାର : ଫୁଲବାଣୀରେ ‘ମେଘ ଉତ୍ସବ’ ରେ ଜନଜାତି ଭାଷା ଓ ସଂସ୍କୃତିର ମହାମନ୍ଥନ by Proprietor Abhimanyu Maharana September 24, 2026 KHURDA ROAD DIVISION CONDUCTED CLOSING CEREMONY OF HINDI PAKHWADA -2026 AND 151st DIVISIONAL OFFICIAL LANGUAGE IMPLEMENTATION COMMITTEE MEETING by Proprietor Abhimanyu Maharana September 24, 2026 ଲଗାଣ ବର୍ଷାରେ କଳିଙ୍ଗା ଘାଟିରେ ଭୁଶୁଡ଼ିଲା ନିର୍ମାଣାଧୀନ ଗାର୍ଡୱାଲ୍, ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ ହେଲା ଘାଟି ରାସ୍ତା by Proprietor Abhimanyu Maharana September 24, 2026