୨୦ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ସଦର ଥାନା ଅଞ୍ଚଳରେ ବିଭିନ୍ନ ରଥଯାତ୍ରା ଅନୁଷ୍ଠିତ । ୨୦ ଜୁନ ୨୦୨୩ ( ଓଆଶା ତାଜା ନିୟୁଜ ) ଆଶାଢ଼ ଶୁକ୍ଳପକ୍ଷ ତୃତୀୟାରେ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଯାତ୍ରା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିଲା ବେଳ, କଟକସଦର ଥାନାର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

କଟକ ସଦର ଥନା ଅନ୍ତର୍ଗତ ଗୋପାଳପୁର କାଠଯୋଡ଼ି ବାଟିକା ରେ ପ୍ରଥମ କରି ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ରଥ ଟାଣିବାକୁ କାଠଯୋଡ଼ି ବାଟିକାରେ ପ୍ରବଳ ଜନ ସମାଗମ ହୋଇଥିଲା । ସେହିପରି ପ୍ରତାପନଗରୀର ଜଗନ୍ନାଥ ମଠ ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ପାରମ୍ପରିକ ରିତିନିତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ , ପହଣ୍ଡି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

ସଂକୀର୍ତ୍ତନ କରାଯାଇ ସୁଦର୍ଶନ, ବଳଭଦ୍ର, ମାତା ସୁଭଦ୍ରା, ପ୍ରଭୁ ଜଗନ୍ନାଥଙ୍କ ଦାରୁ ମୂର୍ତ୍ତିକୁ ସୁଶାନ୍ତ କୁମାର ରାଉତ, ସନ୍ତୋଷ କୁମାର ସେନାପତି, ସୁବାଷ ନାୟକ ପହଣ୍ଡି କରି ରଥ ଉପରକୁ ନେଇଥିଲେ । ଠାକୁର ରାଜା ନାରାୟଣ ରାଉତ ରଥରେ ଛେରାପହଁରା କରିସାରିବା ପରେ , ରଥରୁ ଚାରମାଳ ଖୋଲା ଯାଇ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଜାତୀୟ ରାଜପଥ ପାର୍ଶ୍ଵ ପ୍ରତାପନଗରୀ ଠାରୁ ରଥ ଟଣାଯାଇ ପାଇକ ସାହି ରାମଲୀଳା ମଣ୍ଡପ ସ୍ଥିତ ମାଉସୀ ମା ଘରକୁ ନିଆଯାଇ ଥିଲା ।

ଶହଶହ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳିରେ ରଥ ସୁରୁଖୁରୁରେ ଆଗକୁ ଗଡିଚାଲିଥିଲ । ଏହି ଦୃଶ୍ୟ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ଦିଲିପ କୁମାର ସ୍ୱାଇଁ , ନଳୀନ କାନ୍ତ ସେନାପତି, ସୁଶାନ୍ତ କୁମାର ମହାନ୍ତି, ପ୍ରମୋଦ କୁମାର ସ୍ୱାଇଁ, ବାଦଲ କୁମାର ଜେନା, ଚତୁର୍ଭୁଜ ମହାପାତ୍ର ପ୍ରମୁଖ ସଦସ୍ୟମାନେ ରଥଯାତ୍ରା ପରିଚାଳନା କରିଥିଲେ ।

ସେହିପରି ଭାଣପୁ, ପ୍ରତାପନଗରୀ, ନୂଆଗଡ଼ , ଉରାଳୀ, ନଡ଼ିଆ ଗୁରୁଡି, ଅରିଲୋ, ଆଦି ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକ ସଦର ଥାନା ପକ୍ଷରୁ ବ୍ୟାପକ ପୋଲି ଫୋର୍ସ ମୁତୟନ କରାଯାଇଥିଲା । ନଡ଼ିଆ ଗୁରୁଡି ଠାରେ କଟକ ଯୋନ-୪ ଏସିପି ଚନ୍ଦନ ଘଡେଇ, ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର, ପ୍ରମୁଖ ଉପସ୍ଥିତ ରହି ରଥଟଣା କାର୍ଯ୍ୟର ତଦାରଖ କରିଥିଲେ ।

Exit mobile version