ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପହଁଚିଲା ତାଳଧ୍ଵଜ ଓ ଦର୍ପଦଳନ ରଥ

ରଣପୁରର ଚଳନ୍ତି ପ୍ରତିମା ତଥା ମହାରାଜା ଶ୍ରୀ ଦିଲ୍ଲୀପ ନରେନ୍ଦ୍ର ସିଂ ଦେଓ ଙ୍କ ଦ୍ଵାରା ରଥରେ ଛେରା ପହଁରା ନୀତି ସମ୍ପନ୍ନ କରାଯାଇଥିଲା ।

ଯାହା ନ ହୋଇପାରିଲା ରାଜନେତା ଙ୍କ ହାତରେ ତାହା ହୋଇଲା ସ୍ୱେଚ୍ଛାସେବୀ ଙ୍କ ହାତରେ

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ଶ୍ରୀକ୍ଷେତ୍ର କୁ ଛାଡି ଦେଲେ ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ରେ ବିଶ୍ଵ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ଅନଷ୍ଠିତ ହୋଇଛି । ରତ୍ନ ସିଂହାସନ ଛାଡ଼ି ବଡ ଦାଣ୍ଡରେ ମହାପ୍ରଭୁ । ଭକ୍ତ ଓ ଭଗବାନ ଙ୍କ ଅପୂର୍ବ ମିଳନ ୧୫ ଦିନର ଅନବସର ପରେ ଆଜି ବିଶ୍ୱ ନିୟନ୍ତା ଙ୍କ ଦର୍ଶନ ପାଇଁ ଆତ୍ମ ବିଭୋର ହୋଇ ଉଠିଥିଲେ ଭକ୍ତ ।

କୋଟି ଓଡିଆଙ୍କ ମଉଡ ମଣି ପ୍ରଭୁ ଜଗନ୍ନାଥ ସାଙ୍ଗରେ ଭାଇ , ଭଉଣୀ ଙ୍କୁ ଧରି ଜନ୍ମ ବେଦୀ ତଥା ମାଉସୀ ମାଆ ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ଲକ୍ଷାଧିକ ଭକ୍ତ ଙ୍କ ଗହଳିରେ ରଥାରୂଢ଼ ଶ୍ରୀଜୀଉ ଙ୍କ ଗୁଣ୍ଡିଚା ଯାତ ଅନୁଷ୍ଠିତ ହୋଇଯାଇଛି ।

ପରମ୍ପରା ଅନୁଯାୟୀ ମହାପ୍ରଭୁ ଙ୍କ ସମସ୍ତ ରୀତିନୀତି ସମ୍ପନ୍ନ ହେବା ପରେ ଅପରାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ବଡ ଠାକୁର ଙ୍କ ତାଳଧ୍ଵଜ ଓ ସୁଭଦ୍ରା ଙ୍କ ଦେବୀଦଳନ ରଥ ଭକ୍ତ ଙ୍କ ଦ୍ଵାରା ଟଣାଯାଇ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚା ଯାଇଥିଲା । ଏବଂ ସିଂହଦ୍ୱାରେ ଅଟକି ରହିଗଲେ କାଳିଆ ଠାକୁର ।

ଆସନ୍ତା କାଲି ଲୀଳା ଖେଳା କରି ମାଉସୀ ଘରକୁ ଯିବେ ଶ୍ରୀ ଜଗନ୍ନାଥ । ଆଜି ମଧ୍ୟାହ୍ନ ରେ ଶ୍ରୀଜୀଉ ଙ୍କ ଠାରୁ ଆଜ୍ଞା ମାଳ ଆସି ରଥ ଖଳାରେ ତିନି ରଥ ଙ୍କ ଠାରେ ଲାଗି ହେବା ପରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ପହଣ୍ଡି କରାଯାଇଥିଲା । ପରେ ରଣପୁର ର ଚଳନ୍ତି ପ୍ରତିମା ତଥା ମହାରାଜା ଶ୍ରୀ ଦିଲ୍ଲୀପ ନରେନ୍ଦ୍ର ସିଂ ଦେଓ ଙ୍କ ଦ୍ଵାରା ଛେରା ପହଁରା ନୀତି ସମ୍ପନ୍ନ କରାଯାଇଥିଲା ।

ସୂଚନାନୁସାରେ ଚଳିତ ବର୍ଷ ମହାରାଜାଙ୍କୁ ସବୁ କ୍ଷେତ୍ରରେ ଅବହେଳା କରାଯାଉଥିବାରୁ ମହାରାଜା ରୋଷ ପ୍ରକାଶ କରିଥିଲେ । ତେବେ ରାଜା ଛେରା ପହଁରା ଭଳି ରାଜକାର୍ଯ୍ୟ ରୁ ନିବୃତ ରହିବେ ବୋଲି ଜିଦ୍ ଧରିଥିଲେ ଓ ପ୍ରଶାସନ ଉପରେ କ୍ଷୁବ୍ଧ ପ୍ରକାଶ କରିଥିଲେ । ପ୍ରଶାସନ ଓ ରାଜନେତାଙ୍କ ହସ୍ତକ୍ଷେପ ପରେ ମଧ୍ୟ ରାଜା ଙ୍କ କ୍ରୋଧ ଶାନ୍ତ ହୋଇନଥିଲା ।

ଏହା ପରେ ସ୍ବେଛାସେବୀ ସଂଗଠନ ର ସଦସ୍ୟ ମାନେ ମହାରାଜ ଙ୍କୁ ବହୁ ବୁଝାମଣା କରାଇ ରଥ ଉପରକୁ ପାଛୋଟି ନେଇଥିଲେ । ଏଥିରେ ସ୍ୱେଚ୍ଛାସେବୀ ସଙ୍ଗଠନ ର ବୁନୁ ପଟ୍ଟନାୟକ , ମୁନା ଷଡଙ୍ଗୀ , ସାହିଲ ପୃଷ୍ଟି , ବିରଜା ମିଶ୍ର, ସିବୁନ ଦେଓ , ଶୁଭମ୍ ପଟ୍ଟନାୟକ , ଟୁଲୁ ପ୍ରହରାଜ , ଅଶୋକ ତୋଟାଳ ପ୍ରମୁଖ ରାଜମହଲ କୁ ଯାଇ ରାଜା ଙ୍କୁ କ୍ଷମା ପାର୍ଥନା ମାଗିବା ସହ ରାଜକାର୍ଯ୍ୟ ସମ୍ପାଦନ କରିବା ପାଇଁ ଗୁହାରି କରି ରାଜା ଙ୍କ ର ସମସ୍ତ ସର୍ତ୍ତ କୁ ମାନିଥିଲେ ।

ଓ ଜିଲ୍ଲା ପ୍ରଶାସନ ନିକଟରେ ରାଜାଙ୍କର ସମସ୍ତ ଦାବୀ କୁ ଉପସ୍ଥାପନ କରାଇ ତାହାର ସମାଧାନ କରାଯିବାର ପ୍ରତିଶୃତି ଦେଇଥିଲେ । ତତ୍ ପରେ ତାଳଧ୍ଵଜ ରଥ କୁ ପୁରୁଷ ମାନେ ଓ ମହିଳା ମାନେ ଦେବୀ ଦଳନ ରଥ କୁ ଟାଣି ନେଇ ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ପହଞ୍ଚାଇଥିଲେ । ରଣପୁର ଦେବୋତର ବିଭାଗ ଦାୟିତ୍ୱରେ ଥିବା ତହସିଲଦାର ଇପ୍ସିତ ସାହୁ ଓ ମନ୍ଦିର ପରିଚାଳକ ରମେଶ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସଂପାଦନ କରାଯାଇଥିଲା ।

ଏଥିରେ ସ୍ବେଚ୍ଛାସେବୀ ସଂଗଠନ , ପୋଲିସ କର୍ମଚାରୀ ଓ ଦମକଳ ବାହିନୀ , ସ୍ବାସ୍ଥ୍ୟ ବିଭାଗର କର୍ମୀ , ରଥ ସେବକ ମହାରଣା ମାନଙ୍କ ସହଯୋଗରେ ଶ୍ରୀ ଗୁଣ୍ଡିଚା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ , ପୁର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର ,ସମାଜସେବୀ ଲିଙ୍କନ ସୁବୁଦ୍ଧି ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ସମେତ ବିଭିନ୍ନ ଦଳ ର ନେତା ଓ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇ ରଥଯାତ୍ରାରେ ସହଯୋଗ କରିଥିଲେ ।

ଶ୍ରୀ ଗୁଣ୍ଡିଚା ରେ ପ୍ରବଳ ଭିଡ଼ କୁ ରୋକିବାକୁ ଓ ଶୃଙ୍ଖଳା ରକ୍ଷା ନିମନ୍ତେ ଆଇଆଇସି ନିହାର ମହାନ୍ତି ଙ୍କ ସମେତ ଜିଲ୍ଲା ର ଅନ୍ୟ ଥାନା ର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏହି ଉପଲକ୍ଷେ ବଡଦାଣ୍ଡ ରେ ଏକ ହଜାର ରୁ ଉର୍ଦ୍ଧ୍ବ ଷ୍ଟଲ ରେ ବ୍ୟବସାୟୀ ଙ୍କ ଭିଡ ଲାଗି ରହିଥିବା ବେଳେ ହଜାର ହଜାର ଲୋକ ଯାତ୍ରା ରେ କିଣା ବିକା କରୁଥିବା ଦେଖିବାକୁ ମିଳିଥିଲା ।

Exit mobile version