ଅନବସର ମଣ୍ଡପରୁ ଆଡପ ମଣ୍ଡପ କୁ ଯାତ୍ରା କରିବେ ଶ୍ରୀଜୀଉ – ରଣପୁର

ରଣପୁରରେ ଗୁଣ୍ଡିଚା ଯାତ ଅନୁଷ୍ଠିତ ; ତିନି ରଥର ଛେରା ପହଁରା କରିବେ ମହାରାଜା

୨୦ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :- ରଥ ପ୍ରସ୍ତୁତ , ପଥ ପ୍ରସ୍ତୁତ , ତିନିଠାକୁର ମଧ୍ୟ ପ୍ରସ୍ତୁତ । ଚଳଚଂଚଳ ହୋଇଛି ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀଜୀଉ ଙ୍କ ଗୁଣ୍ଡିଚା ଯାତ ଅନୁଷ୍ଠିତ ହେବ । ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ଉତ୍କଣ୍ଠା ଦ୍ଵିଗୁଣିତ ହୋଇଯାଇଛି । ମହାପ୍ରଭୁଙ୍କୁ ରଥ ଉପରେ ଦେଖିବାର ଆଶା ଭକ୍ତ ର ମନ କୁ ଆନ୍ଦୋଳିତ କରିଦେଇଛି ।

ଦୀର୍ଘ ଏକ ବର୍ଷ ପରେ ରତ୍ନ ସିଂହାସନ ଛାଡ଼ି ଭକ୍ତ ଙ୍କ ଗହଣ ରେ ବଡ ଦାଣ୍ଡ ରେ ଲୀଳାଖେଳା କରିବାକୁ ମହାପ୍ରଭୁ ଆସିବେ ରଥ ଉପରକୁ ସମସ୍ତଙ୍କ ମନରେ ଗୋଟିଏ ଆଶା । ଭକ୍ତିର ସହିତ ରଥ ଟାଣିବେ। ସକାଳ ୫ ଟାରୁ ଅବକାଶ ନୀତି ସମାପନ ପରେ ୭ ଟା ବେଳେ ତିନି ରଥ ପ୍ରତିଷ୍ଠା କରାଯାଇ ସକାଳ ଧୂପ ଓ ମଙ୍ଗଳ ତର୍ପଣ ନୀତି ସାରି ୧୧ ଘଟିକାରେ ଶ୍ରୀ ଜୀଉ ଙ୍କୁ ରଥ ଉପରକୁ ପହଣ୍ଡି କରାଯିବ ।

ପ୍ରଥମେ ସୁଦର୍ଶନ , ବଡ ଠାକୁର ବଳଭଦ୍ର ଙ୍କୁ ତାଳ ଧ୍ଵଜ ରଥ ଉପରକୁ , ମାତା ସୁଭଦ୍ରା ଙ୍କୁ ଦେବୀଦଳନ ରଥ ଉପରକୁ ପହଣ୍ଡି କରାଯିବା ପରେ ମହାପ୍ରଭୁ ଜଗନ୍ନାଥ ଙ୍କୁ ନନ୍ଦିଘୋଷ ରଥ ଉପରକୁ ପହଣ୍ଡି କରାଯିବ । ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟାହ୍ନ ୧୨ ଟା ବେଳେ ରଣପୁର ମହାରାଜା ଶ୍ରୀ ଦିଲ୍ଲୀପ ନରେନ୍ଦ୍ର ସିଂ ଦେଓ ଙ୍କ ହସ୍ତରେ ଛେରା ପହଁରା ନୀତି ସମାପନ କରାଯିବା ପରେ ୧ ଘଟିକା ରେ ରଥ ଟଣା ହେବାର ସମୟ ଧାର୍ଯ୍ୟ ହୋଇଛି । ରଥଯାତ୍ରାକୁ ସଫଳତାର ସହ ସାରିବାକୁ ରାଜ୍ୟ ସରକାର ଙ୍କ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁବିଧ ପଦକ୍ଷେପ ହାତକୁ ନିଆଯାଇଛି ।

ଏବଂ କେତେକ ସାମାଜିକ ସଂଗଠନ ମଧ୍ୟ ରଥଯାତ୍ରାରେ ପ୍ରଶାସନକୁ ସହଯୋଗ କରୁଛନ୍ତି । ଲକ୍ଷାଧିକ ଭକ୍ତ ଙ୍କ ସମାଗମ କୁ ଆଶଙ୍କା କରାଯାଇ ପାନୀୟ ଜଳ ଓ ଆମ୍ବୁଲାନ୍ସ ର ବ୍ୟବସ୍ଥା ରହିଛି । ଏଥିସହିତ ଶାନ୍ତି ଶୃଙ୍ଖଳା କୁ ଲକ୍ଷ୍ୟ କରି ୨ ପ୍ଲାଟୁନ ରୁ ଅଧିକ ପୋଲିସ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଛି ।

Exit mobile version