୨୦ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ମିଳିତ ସଂଯୋଜନାରେ ସୋମବାର ହିଞ୍ଜିଳିକାଟୁ ବ୍ଲକ ରାଳବ ପଞ୍ଚାୟତ ପକ୍ଷରୁ ରାଳବ ଓ ଆଲପୁର ସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ପରିସରରେ ସାମୁହିକ ଅଭ୍ୟାସ ତଥା ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସରପଞ୍ଚ ରଶ୍ମିତା କୁମାରୀ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା,ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ପଟ୍ଟନାୟକ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ର ପ୍ରମୁଖ ଅଧିକାରୀ ଯୋଗ ଦେଇଥିଲେ ।

ଏହି ଅବସରରେ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶା ଏହାର ମୁକାବିଲା ପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ସଫଳତା ହାସଲ କରିଥିବା ସମ୍ପର୍କରେ ଅଧିକାରୀବୃନ୍ଦ ସୂଚନା ଦେଇଥିଲେ । ଆକସ୍ମିକ ବିପର୍ଯ୍ୟୟର ସୂଚନା ପାଇବା ପରେ କିଭଳି ଭାବେ ବିଭିନ୍ନ ପ୍ରକାର ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରି ଏହାର ଉପଯୁକ୍ତ ମୁକାବିଲା କରିବାକୁ ହେବ ସେ ସମ୍ପର୍କରେ ବିସ୍ତୃତ ଭାବେ ପରାମର୍ଶ ଦେଇଥିଲେ । ବିଶେଷତଃ ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ,ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ ପରେ ଗର୍ଭବତୀ,ଶିଶୁ,ଦିବ୍ୟାଙ୍ଗ,କଚ୍ଚା ଘର ଓ ତଳୁଅ ଅଞ୍ଚଳରେ ବସବାସ କରୁଥିବା ସାଧାରଣ ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଆଵଶ୍ୟକୀୟ ଔଷଧ,
