୧୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗୁମି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରକୋଳା ଗ୍ରାମ ରେ ବରକୋଳା କ୍ରିକେଟ୍ ଟିମ୍ ଆନୁକୁଲ୍ୟରେ କ୍ରିକେଟ୍ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସିଆରୀ ମାଳ କ୍ରିକେଟ୍ ଟିମ୍ ଟସ୍ ଜିତି ୮ ଓଭରରେ ୩୮ ରନ୍ ସଂଗ୍ରହ କରିଥିବା ବେଳେ ସିମିଳି ସାହି କ୍ରିକେଟ୍ ଟିମ୍ ୫ ରନ୍ ରେ ପରାଜୟ ହୋଇଥିଲା ।

ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ସମ୍ମାନୀତ ଅତିଥି ଭାବେ ଗୁମି ସରପଞ୍ଚ ବବୃ ମହାରଣା,ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ,ସୋରଡା ସମିତି ସଭ୍ୟ ସୁଶାନ୍ତ କୁମାର ସାହୁ,ପଞ୍ଚାୟତ ବିଜେଡ଼ି ସଭାପତି ଫକିର ମୋହନ ସାହୁ, ପଞ୍ଚାୟତ ଛାତ୍ର ବିଜେଡ଼ି ସଭାପତି ଶଶାଙ୍କ ଶେଖର ହରିଚନ୍ଦନ ପ୍ରମୁଖ ଯୋଗ ଦେଇ ବିଜୟୀ ଓ ପରାଜିତ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।
