Home ଓଡ଼ିଶା କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ବିଜୟଙ୍କ ଜିଲ୍ଲାର ବିଭିନ୍ନ ବ୍ଳକ ଗସ୍ତ କଲେ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୯ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଓଡିଶା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ରବିବାର ଜିଲ୍ଲାର ବିଭିନ୍ନ ବ୍ଳକ ଗସ୍ତ ଆସିଥିଲେ । ମୋହନା ବ୍ଳକ କଂଗ୍ରେସ ପକ୍ଷରୁ ସଭାପତି ଶଙ୍କର ପ୍ରଧାନଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ତାଙ୍କୁ ସ୍ବାଗତ ସମ୍ବଦ୍ଧନା ଜଣାଇଲେ ।ଏହି ଅବସରରେ ଆୟୋଜନ ବୈଠକରେ ମୁଖ୍ୟଅତିଥି ଭାବେ ଶ୍ରୀ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲା ପ୍ରଭାରୀ ଅମୀରଚାନ୍ଦ ନାୟକ, ପବିତ୍ର ଗମାଙ୍ଗ, ଆଦିବାସୀ ନେତା ଜାକବ ମାଝୀ, ଗୌରୀ ଶଙ୍କର ପ୍ରଧାନୀ, ସରପଞ୍ଚ , ସମିତିସଭ୍ୟ ଓ ବିଧାୟକ ପ୍ରତିନିଧି ପ୍ରମୁଖ ଯୋଗ ଦେଇ ଆଗାମୀ ନିର୍ବାଚନରେ କିଭଳି ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଦୀର୍ଘବର୍ଷ ଧରି ରାଜ୍ୟରେ ବିଜେଡି ଶାସନ ଚାଲୁଛି । ଜନତା ଅତିଷ୍ଠ ହୋଇ ଗଲେଣି । ବତ୍ତମାନ ଏହାର ବିକଳ୍ପ ଚାହୁଛନ୍ତି। ଏଣୁ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁଖଦୁଖରେ ସାମିଲ ହେଲେ ଆସନ୍ତା ୨୦୨୪ ନିର୍ବାଚନରେ ନିଶ୍ଚିତ ରୂପେ କଂଗ୍ରେସ ଜୟଲାଭ କରିବ ବୋଲି ସେ ତାଙ୍କ ମନ୍ତବେୟରେ କହିଥିଲେ । ଲୋକଙ୍କର ହୃଦୟରେ କଂଗ୍ରେସ ରହିଛି । ଯେପରି ସେ ଲୋକଙ୍କୁ ମିଶିବା ପାଇଁ ବାହାରକୁ ବାହାରି ଲୋକଙ୍କୁ ମିଶିବା ପାଇଁ ଶ୍ରୀ ପଟ୍ଟନାୟକ କହିଥିଲେ । କିଛି କଂଗ୍ରେସ କମିଟିର ବହୁଦିନ ଧରି କଂଗ୍ରେସ କାମ କରିଆସୁଥିଲେ ମଧ୍ଯ ସ୍ଥାନୀୟ ବିଧାୟକ ସେମାନଙ୍କୁ ପ୍ରତ୍ୟେକ କାମ ଅବହେଲା କରୁଥିବାରୁ ସେମାନେ ଦଳ ଛାଡିବାପାଇଁ ସ୍ତିର କରୁଥିବ କର୍ମୀମାନଙ୍କ ଠାରୁ ସୁଣିବାକୁ ମିଳିଛି । ଜିଲ୍ଲାର ମୋହନା ବ୍ଳକର ଲୁହାଗୁଡି, ଆର,ଉଦୟଗିରି ଓ ଖଜୁରିପଦା ଡାକବଙ୍ଗଳା ବୈଠକ କରି ଗୁରୁମନ୍ତ ଦେଇଥିଲେ କମିଟିର ଅଧ୍ୟକ୍ଷ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026 ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026 ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା ଓ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ, ଯୋଗ ଦେଲେ ବିଧାୟକ by Proprietor Abhimanyu Maharana October 11, 2026 ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana October 11, 2026 ବ୍ଲକ ସ୍ତରୀୟ ପଡ଼ୋଶୀ ଯୁବ ସମ୍ବିଧାନ କାର୍ଯକ୍ରମ by Proprietor Abhimanyu Maharana October 11, 2026