ପରିମଳ ଠାରେ ଗ୍ରାମ୍ୟମୁଖି ଜିଲ୍ଲା ପ୍ରଶାସନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

୧୯ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି  :-  ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଉପାନ୍ତ ଦୁର୍ଗମ ନଦୀମୁଠା ଅଞ୍ଚଳର ପରିମଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ଠାରେ ଜିଲ୍ଲା ପ୍ରଶାସନ ଦ୍ବାରା ଗ୍ରାମ୍ୟମୁଖି ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶୁଣାଣୀରେ ବ୍ଳକର ବିଭିନ୍ନ ପଞ୍ଚାୟତରୁ ମୋଟ ୫୫ଟି ଅଭିଯୋଗ ତ୍ଵରିତ ସମାଧାନ ପାଇଁ ପଞ୍ଜିକୃତ ହୋଇଥିଲା। ସେଥି ମଧ୍ୟରୁ ୩୪ଟି ଅଭିଯୋଗ ଗୋଷ୍ଠୀଗତ ହୋଇଥିବା ବେଳେ ୨୧ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ରହିଥିଲା।

ବିଭିନ୍ନ ସମସ୍ୟାର ଘଟଣାସ୍ଥଳରେ ହିଁ ଲୋକଙ୍କ ଅଭିଯୋଗର ଶୁଣାଣୀ କରି ତ୍ୱରିତ ସମାଧାନ କରିଛି ଜିଲ୍ଲା ପ୍ରଶାସନ। ଅସୁସ୍ଥ ଥିବା ୭ଜଣ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏକ ଜଣକୁ ୫୦୦୦ ଟଙ୍କା ଚେକ ମାଧ୍ୟମରେ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଅଭିଯୋଗ ଶୁଣାଣି ଶିବୀରରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାରି, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋମାଞ୍ଚଳ ଖମାରି, ବିଡିଓ ଲୋକନାଥ ଶବର,ତହସିଲଦାର କୁରେଶ ଚନ୍ଦ୍ର ଜାନୀ, ଅଧ୍ୟକ୍ଷା ମାଳତୀ ପ୍ରଧାନ, ଉପାଧ୍ୟକ୍ଷ ନିହିମିୟା ରଇତଙ୍କ ସମେତ ଜିଲ୍ଲା ଏବଂ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ପ୍ରଥମେ ଆସିଥିବା ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ସ୍ଥାନୀୟ ତହସିଲ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଥିବା କାକତବନ୍ଧା ଗ୍ରାମର ୪୮ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଛନ୍ତି ଜିଲ୍ଲାପାଳ। ଆଜିର ଏହି ଜନ ଶୁଣାଣିରେ ମୁଖ୍ୟତଃ ବ୍ଲକର ବିଭିନ୍ନ ପଞ୍ଚାୟତ ମାନଙ୍କରେ ସ୍ୱାସ୍ଥ୍ୟ ସେବା , ପାନୀୟ ଜଳ, ରାସ୍ତା ଘାଟ, ଆବାସ ଯୋଜନା, ଭତ୍ତା ଭଳି ଅନେକ ସମସ୍ୟା ରହିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମକୁ ନୂଆଗଡ଼ ବ୍ଲକ ପ୍ରଶାସନ ପରିଚାଳନାରେ ସହଯୋଗ କରିଥିଲେ।

Exit mobile version