କଟକ ଜିଲ୍ଲାପାଳ ଉରାଳୀ ଦଧୀବାମନ ଜୀୟୁଙ୍କ ନେତ୍ର ଉତ୍ସବରେ ଯୋଗଦେଲେ

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ସଦର ଥାନା ଅନ୍ତର୍ଗତ ଉରାଳୀର ପ୍ରସିଦ୍ଧ ବାମନ କ୍ଷେତ୍ର ଦଧୀବାମନ ଜୀୟୁଙ୍କ ପୀଠରେ , ସୋମବାର ସନ୍ଧ୍ୟାରେ ପହଞ୍ଚିଥିଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । ତାଙ୍କ ସହିତ ଆସିଥିଲେ ଏଡିଏମ ଜିଲ୍ଲାପାଳ ପୂର୍ଣ୍ଣ ଚନ୍ଦ୍ର ମିଶ୍ର , ଶିବ ଟପୋ, ଉପଜିଲ୍ଲାପାଳ କମଳଜିତ ଦାଶ, କଟକ ସଦର ତହସିଲଦାର ମାନସ କୁମାର ଭୋଇ, ଡେପୁଟି କଲେକ୍ଟର ଶଶଙ୍କ ଶେଖର ମିଶ୍ର,ଭୁବନାନନ୍ଦ ପଟ୍ଟନାୟକ,

ମିଶନ ଶକ୍ତିର ଡିପିସି ସ୍ୱାଗତୀକା ପଣ୍ଡା, କଟକ ସଦର ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ପ୍ରମୁଖ ପହଞ୍ଚି ଥିଲେ । ଅତିଥି ମାନଙ୍କୁ ଦଧିବାମନ ଜୀୟୁ ଟ୍ରଷ୍ଟ ବୋର୍ଡର ମୁଖ୍ୟ ଚକ୍ରଧର ମହାରଣା, ନିଲୁ ମହାନ୍ତି,ଅତିଥି ଚରଣ ସାହୁ ଜିଲ୍ଲାପାଳ ଏବଂ ସମସ୍ତ ଅଫିସର ମାନଙ୍କୁ ଉତ୍ତରୀୟ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ ।

ଜିଲ୍ଲାପାଳ ଶ୍ରୀ ଚୟନୀ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ପ୍ରଥମେ ଦଧୀବାମନ ଜୀୟୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ପରେପରେ ରଥରେ ନେତ ଚଢାଇବା ପାଇଁ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ବିଶ୍ୱକର୍ମାଙ୍କ ହସ୍ତରେ ନେତ ପ୍ରଦାନ କରିଥିଲେ । ମଙ୍ଗଳବାର ଅପରାହ୍ନରେ ଉରାଳୀ ଗ୍ରାମରେ ଦଧୀବାମନ ଜୀୟୁଙ୍କ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହେବ ।

ଏଣୁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମସ୍ତ କାର୍ଯ୍ୟ ସମାପନ ହୋଇ ସାରିଛି । ନେତ୍ରୋତ୍ସବ କାର୍ଯ୍ୟରେ ମହେଶ୍ବର ସାହୁ, ରମାକାନ୍ତ ବେହେରା, କେଦାର ନାଥ ସାହୁ , ଲକ୍ଷ୍ମୀଧର ସ୍ୱାଇଁ, ଲଛମନ ସାହୁ, ଗ୍ରାମବାସୀ ,ଯୁବକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Exit mobile version