
୧୯ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର କାଠଯୋଡ଼ି ବାଟିକା ପକ୍ଷରୁ ଚଳିତବର୍ଷ ନୂତନ କରି ରଥଯାତ୍ରାର ଆୟୋଜନ କରାଯାଇଛି । ଏହି ଅବସରେ ସୋମବାର ସନ୍ଧ୍ୟାରେ ନୂତନ ଜଗନ୍ନାଥ ମନ୍ଦିର ପରିସରରେ ହୋମଯଞ କରାଯାଇ ରଥ ପ୍ରତିଷ୍ଠା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ସୂର୍ଯ୍ୟ ପୂଜା ହୋମଯଞ କରାଯାଇ ମା ବିମଳା ଓ ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଆଜି ଏହି ଉପଲକ୍ଷେ ମହିଳାମାନେ ଘଣ୍ଟ , ବାଜା ବଜେଇ କଳସ ବୁଡାଇବା ପାଇଁ ନିକଟସ୍ଥ କାଠଯୋଡ଼ି ନଦୀକୁ ଯାଇଥିଲେ ।

