ବ୍ରହ୍ମପର ବନଖଣ୍ଡ ଅନ୍ତର୍ଗତ ସାମନ୍ତିଆପଲ୍ଲି ବନାଞ୍ଚାଳ ଜଗଦେବ ପୁର ଗ୍ରାମ ନିକଟରୁ ଅହିରାଜ ସାପ ଉଦ୍ଧାର

ଓଡିଶା ତାଜା ନ୍ୟୁଜ୍ (୨୪ ଜୁନ୍ ବୁଧବାର) ଗଞ୍ଜାମ :- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ସାମନ୍ତିଆପଲ୍ଲୀ ବନାଞ୍ଚଳ ଜଗଦେବ ପୁର ଗ୍ରାମ ନିକଟରୁ ଏକ ଅହିରାଜ ସାପକୁ ଉଦ୍ଧାର କରାଯାଇଛି । ଗ୍ରାମବାସୀ ସନ୍ଧ୍ୟା ସମୟରେ ଗ୍ରାମ ନିକଟରେ ଏକ ଗଠ ଉପରେ ବିରାଟକାୟ ସାପଟିକୁ ଦେଖି ଭୟଭିତ ହୋଇଯାଇଥିଲେ ।

ଏହାପରେ ବନ ବିଭାଗକୁ ଖବର ଦେଇଥିଲେ, ଏବଂ ସାମନ୍ତିଆପଲ୍ଲୀ ରେଞ୍ଜର ରଜତ ମିଶ୍ରଙ୍କ ନେତୃତ୍ୱରେ ବ୍ରହ୍ମପୁରର ସର୍ପ ଉଦ୍ଧାରକ ସ୍ୱାଧିନ ସାହୁ, ତାରା ପ୍ରସାଦ ଦାସ, ସନ୍ଦିପ ସେଠୀ, ସୁସାନ୍ତ ମହାଙ୍କୁଡଙ୍କ ସମେତ ବନ ବିଭାଗ କର୍ମଚାରୀମାନେ ପହଞ୍ଚି କୌଶଳ କ୍ରମେ ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ସାପଟିର ଲମ୍ବ ୧୦ ଫୁଟ ଥିବା ବେଳେ ସାପଟି ବିଷଧର ଅହିରାଜ ପ୍ରଜାତିର ହୋଇଥିବା କହିଛନ୍ତି ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧିନ କୁମାର ସାହୁ ।

ଉଦ୍ଧାର ପରେ ସାପଟିକୁ ସଂରକ୍ଷିତ ଜଙ୍ଗଲରେ ସୁସ୍ଥ ଅବସ୍ଥାରେ ଛଡାଯାଇଥିବା କହିଛନ୍ତି ରେଞ୍ଜର ରଜତ ମିଶ୍ର । ଏଥିରେ ବନ ବିଭାଗର କର୍ମଚାରୀ ଜିତେନ୍ଦ୍ର ଦାଶ, ବାବୁ ସେଠୀ, ପୁରେନ୍ଦ୍ର କାର୍ଜି, ରାମକୁଷ୍ଣ ନାୟକ, ସୁଦାମ ବେହେରା ପ୍ରମୁଖ ସହଯୋଗ କରିଥିଲେ । (ପାରଳଖେମୁଣ୍ଡି / ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version