ଆଇ ଟି ଡିଏ ବିଭାଗ ଦ୍ବାରା ନିମିତ୍ତ ଛାତ୍ରୀନିବସ କୋଠା କାମ ନିମ୍ନମାନର , ବଢୁଛି ଅସନ୍ତୋଷ

୧୮ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ଆଇଟିଡିଏ ବିଭାଗ ଦ୍ବାରା ଆଦିବାସୀ ଛାତ୍ରୀ ନିବାସ କୋଠା ନାର୍ମାଣରେ ବିତିଗଲା ୧୩ ବର୍ଷ ତଥାପି କୋଠା ନିର୍ମାଣ କାମ ଶେଷ ହେଉନି । ଦୁର୍ଗମ ଅଞ୍ଚଳରେ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଛାତ୍ରୀଛାତ୍ର ପାଠପଢା ସହ ରହିବା ଲାଗି କୋଟି କୋଟି ଟଙ୍କା ଖର୍ଚ ହେଉଥିଲେ ବି ବିଭାଗୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରୁ ଯୋଜନାର ସଫଳ ରୂପାୟନ ହୋଇପାରୁନି । ଏହାର ଜ୍ଜଳନ୍ତା ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକର ଖାରିଗୁଡା ସରକାରୀ ଉର୍ଚ ବିଦ୍ୟାଳୟର ଛାତ୍ରୀ ନିବାସ କୋଠା ନିର୍ମାଣ କ୍ଷେତ୍ରରେ । ସୁଚନା ପ୍ରକାରେ ମୋହନା ବ୍ଳକର ଖାରିଗୁଡା ଗ୍ରାମରେ ୨୦୦୯- ୧୦ ରେ ୫୫ଲକ୍ଷ ଟଙ୍କା ବିନିମୟରେ ଏକ ଛାତ୍ରୀ ନିବାସ କୋଠା ବିଭାଗ ଯନ୍ତୀ ଦ୍ବାରା ନିର୍ମାଣ କାମ ଆରମ୍ଭ ହୋଇଥିଲା ।

ହେଲେ ସଂପୃକ୍ତ ଠିକାଦାର କୋଠା ନିର୍ମାଣ ନିମ୍ନମାନର କାମ କରିଥିବାରୁ କେଉଁଠି ଚଟାଣ ଉଠିଯାଇଛି ତ ପୁଣି କେଉଁଠି ଛାତରୁ ସିମେଣ୍ଟ ଝଡୁଲାଣି । ବିଭିନ୍ନ ସ୍ଥାନରେ କାନ୍ଥରେ ଫାଟ ସୃଷ୍ଟି ହେବା ସହ ବର୍ଷା ଦିନରେ ଛାତ୍ରରୁ ପାଣି ଗଳୁଛି । ଏହି କାମ ଦୀର୍ଘ ୧୩ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜିସୁଧା ବିଭାଗୟ ଅଧିକାରୀଙ୍କର ଦୃଷ୍ଟିଦେଉନି । ଫଳରେ ଏହି ବିଦ୍ୟାଳୟରେ ଦୂରଦୂରାନ୍ତ ଆସି ଅଧ୍ବୟନ କରୁଥିବା ବହୁ ଛାତ୍ରୀମାନଙ୍କ ପାଇଁ ଛାତ୍ରୀ ନିବାସ ନଥିବାରୁ ବର୍ଷ ବର୍ଷ ଧରି ସମସ୍ୟା ଭୋଗି ଆସୁଛନ୍ତି । ହଷ୍ଟେଲ ସୁବିଧା ନଥିବାରୁ ପ୍ରତେକ ବର୍ଷ ବହୁ ଛାତ୍ରୀ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି । ଏବେ ବି ଛାତ୍ରୀ ନିବାସ କୋଠା ପାଚେରୀ ଓ ରୋଷେଇ ଘର ନିର୍ମାଣ ହୋଇ ପାରିନି। ଫଳରେ ଏହା ବିଦ୍ୟାଳୟ ପରିଚାଳନା କମିଟିକୁ ହସ୍ତାନ୍ତର କରା ଯାଇନାହିଁ ।

ଶୀଘ୍ର ଏହି କୋଠା ପୁନଃ ନିର୍ମାଣ ଶେଷ କରି କାର୍ଯ୍ୟକ୍ଷମ ନହେଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଗୋଟିଏ ପଟେ ସରକାର ବିଦ୍ୟାଳୟ ଗୁଡିକୁ ୫- ଟିରେ ଅନ୍ତଭୂକ୍ତ କରି ରୂପାନ୍ତରିତ କରି ଛାତ୍ରୀଛାତ୍ରଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରିବାକୁ ପ୍ରୟାସ କରୁଥିବା ବେଳେ ଏଠି ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣଧୀନ ହଷ୍ଟେଲ କୋଠା ନିର୍ମାଣରେ ସରକାରଙ୍କ ଯୋଜନା କେତେ କାର୍ଯ୍ୟକାରୀ ହୋଇ ପାରିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଛି ଦିନ ତଳେ ଗାଁର ସରପଞ୍ଚ , ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ଜିଲ୍ଲାପାଳ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ ।

ଜିଲ୍ଲାର ବିଭିନ୍ନ ବ୍ଳକରେ ଆଇଟିଡିଏ ବିଭାଗ କାମ ଗୁଡିକ ଅତି ନିମ୍ନମାନର କାମ ହେଉଥିଲେ ଜିଲ୍ଲାପ୍ରଶାସନ କାହିଁକି ଚୁପୁ ରହୁଛନ୍ତି । ଆଇଟିଡିଏ ବିଭାଗ ଦ୍ବାରା ଚାଲିଥିବା ବିଭିନ୍ନ ବ୍ଳକରେ ୫-ଟିରେ ବିଦ୍ୟାଳୟ ରୁପାନ୍ତରିତ କାମ ଗୁଡିକ ଅତି ନିମ୍ନମାନର କାମ ହେଉଥିଲେ ମଧ୍ୟ ବିଭାଗୟ ଯନ୍ତୀମାନଙ୍କୁ ଦେଖିବାକୁ ମିଳୁନି କାରଣ ସ୍ଥାନୀୟ ଠିକାଦାର ଓ ଯନ୍ତୀମାନେ ମିଶି ଏହି ସମସ୍ତ କାମକରନ୍ତି ଯାହାଫଳରେ ଠିକାଦାର ନିମ୍ନମାନର ସାମଗ୍ରୀ ବେବହାର କଲେ ମଧ୍ୟ ଯନ୍ତୀ ସବୁଯାଣି ଚୁପୁ ରହନ୍ତି । ସାଧାରଣରେ ଦାବି ହେଉଛି ଯେ ଜିଲ୍ଲାର ଆଇଟିଡିଏ ବିଭାଗ ଦ୍ବାରା ନିମିତ୍ତ ହୋଇଥିବା ସମସ୍ତ କାମ ଗୁଡିକୁ ଦୁର୍ନୀତି ବିଭାଗ ଦ୍ବାରା ତଦନ୍ତ କରାଯାଉ ।

Exit mobile version