ଜଟଣୀ ମ୍ୟୁନିିପାଲିଟିର ବିପର୍ଯୟ ମୁକାବିଲା ବୈଠକ ଅନୁଷ୍ଠିତ

୧୮ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା/ଜଟଣୀ  :- ଆଜି ପୌରାଞ୍ଚଳ ସ୍ଥରୀୟ ଟେବଲ ଟପ ଏକ୍ସରସାଇଜ ୨୦୨୩ ଜଟଣୀ ପୌର କାର୍ଯ୍ୟାଳୟ ସଭାଗୃହରେ ନିର୍ବାହୀ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ମହାନ୍ତିଙ୍କ ତତ୍ୱା ବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଟଣୀ ପୌର ପରିଷଦର ନଗରପାଳ ଅନନ୍ତ ବେହେରା ଉପାଧ୍ୟକ୍ଷା ଆରତୀ ରାଉତ,ଜଟଣୀ ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂ, କୁଦିଆରୀ ମେଡିକାଲ ଅଫିସର,

ଅଗ୍ନିଶମ ବିଭାଗ ଅଧିକାରୀ, ସିଡିପିଓ ଙ୍କ ପ୍ରତିନିଧି, ବ୍ଲକ ଭେଟେନାରୀ ଆସିଷ୍ଟାଣ୍ଟ ସର୍ଜନ, ଟିପିସିଓ ଡ଼ିଏଲ ସହକାରୀ ପରିଚାଳକ, ୱାଟକୋ ସହକାରୀ ପରିଚାଳକ, ବିଏସଏନଏଲ ର କନିଷ୍ଠ ଯନ୍ତ୍ରୀ, ୱାର୍ଡ ଅଧିକାରୀ, ମିଶନ ଶକ୍ତି ମହିଳା ଗୋଷ୍ଠୀର ସଦସ୍ୟା, ଏସ ଡି ଏ ସଦସ୍ୟା ଓ ସ୍ଥାନୀୟ ଏନଜିଓ ର ସଦସ୍ୟ ମାନେ ଉପସ୍ଥିତ ଥିଲେ. ଏହି କାର୍ଯ୍ୟକ୍ରମରେ ପାକୃତିକ ବିପର୍ଯୟ ସମୟ ପୂର୍ବରୁ,

ପାକୃତିକ ବିପର୍ଯୟ ସମୟରେ ଏବଂ ପାକୃତିକ ବିପର୍ଯୟ ପରେ ସମସ୍ତ ବିଭାଗ ଅଧିକାରୀ ମାନଙ୍କର କଣ କାର୍ଯ୍ୟ ଭାର ରହିବ ସେ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା. ପାକୃତିକ ବିପର୍ଯୟକୁ ବିନା କ୍ଷୟକ୍ଷତିରେ କିପରି ସମସ୍ତଙ୍କ ସହଯୋଗରେ ପରିଚାଳନା କରାଯିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରାଯାଇଥିଲା। ଏବଂ ସମସ୍ତ ଲାଇନ ଡିପାର୍ଟମେଣ୍ଟର କଣ ଭୂମିକା ରହିବ ଦର୍ଶାଯାଇଥିଲା.

Exit mobile version