ବେଗୁନିଆରେ ଉତ୍କଳମଣିଙ୍କ ଶ୍ରାଦ୍ଧଦିବସ

୧୮ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ ତମ ଶ୍ରାଦ୍ଧ ଦିବସ ରବିବାର ସକାଳେ ସ୍ଥାନୀୟ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀଙ୍କ ଆବାହକତ୍ବରେ ଆୟୋଜିତ ଏହି ଶ୍ରାଦ୍ଧ ବାର୍ଷିକୀରେ ଗୋପବନ୍ଧୁ ଉଚ୍ଚବିଦ୍ୟାଳୟ ପୁରାତନ ଛାତ୍ରସଂସଦର ସଭାପତି ତଥା ବିଶିଷ୍ଟ ରସାୟନବିଜ୍ଞାନୀ ଡ. ହରିପ୍ରସାଦ ଦାସ ମୁଖ୍ୟଅତିଥି ରୂପେ ଯୋଗଦେଇ ବିଦ୍ୟାଳୟ ପରିସରରେ ସ୍ଥାପିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ତାଙ୍କର କୀର୍ତ୍ତି ଓ କୃତି ଯୁଗେ ଯୁଗେ ଓଡ଼ିଆ ଜନମାନସକୁ ଅଭିପ୍ରେରିତ କରିବ ବୋଲି ମତବ୍ୟକ୍ତ କରିଥିଲେ । ଣ୍ଡିତ ବିନୋଦ ଦାଶ ବେଦ ପାଠ କରିଥିବା ବେଳେ ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ ଉତ୍କଳମଣିଙ୍କ ଉଦ୍ଦେଶ୍ୟର ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଧାକର ସାମନ୍ତରାୟ , ସୁଶ୍ରୀ ସଂଘମିତ୍ରା ରଥ , ଶିକ୍ଷାବିତ ଶରତ କୁମାର ପଣ୍ଡା ,

ଉପେନ୍ଦ୍ର ନାଥ ସାହୁ , ଆଦର୍ଶ କ୍ଲବ ସଭାପତି ସୂର୍ଯ୍ୟକାନ୍ତ ମହାପାତ୍ର , ସମାଜସେବୀ ଅଶ୍ବିନୀ କୁମାର ପଟ୍ଟନାୟକ , ପ୍ରଦୀପ କିଶୋର ତ୍ରିପାଠୀ , ଶତ୍ରୁଘ୍ନ ସାହୁ , ରାଜକିଶୋର ସାହୁ, ବିଜୟ କୁମାର ସାହୁ , ଭ୍ରମର ଦାସ, ଭ୍ରମର ମୁଦୁଲି , ସତ୍ୟବ୍ରତ ପାଣିଗ୍ରାହୀ, ଶିକ୍ଷକ ଅକ୍ଷୟ କୁମାର ମହାପାତ୍ର ,ଅଶୋକ କୁମାର ମହାନ୍ତି, ଯୋଗୀ ମହାପାତ୍ର ଏବଂ ଓଁ ପ୍ରକାଶ ପ୍ରଧାନ ପ୍ରମୁଖ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version