
୧୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :- ଦୁଇଦିନିଆ କନ୍ଧମାଳ ଜିଲା ଗସ୍ତରେ ୫ -ଟି ସଚିବ ଭି.କେ.ପାଣ୍ଡିଆନ ଆସିଥିବା ବେଳେ ଦିତୀୟ ଦିନରେ ମଧ୍ୟାହ୍ନରେ ହେଲିକପ୍ଟର ଯୋଗେ ଦାରିଙ୍ଗବାଡ଼ି ହେଲିପ୍ୟାଡ଼ ପଡ଼ିଆଠାରେ ଓହ୍ଲାଇଥିଲେ । ସେଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା । ସେହିପରି ସଚିବ ସମସ୍ତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଭେଟି ଶହ ଶହ ଅଭିଯୋଗ ଗ୍ରହଣ କରିଥିଲେ। ମହିଳାମାନଙ୍କୁ ବିଜୁ ସ୍ବାସ୍ଥ୍ୟ ଯୋଜନା ସମ୍ପର୍କରେ ପ୍ରଶ୍ନ କରିବା ସହ ସ୍ବତନ୍ତ୍ର ଡ୍ରାଇଭ ଦ୍ୱାରା ଯେଉଁମାନେ ଏହି ସ୍ବାସ୍ଥ୍ୟ କାର୍ଡ ପାଇନାହାନ୍ତି ସେମାନଙ୍କୁ ୬ ମାସ ମଧ୍ୟରେ ଯୋଗାଇ ଦିଆଯିବ ବୋଲି କହିଥିଲେ ।

