ରଥଯାତ୍ରା ପାଈଁ ନୂଆଗାଁ ରୁ ପୁରୀ ଗଡିବ ସ୍ୱତନ୍ତ୍ର ଟ୍ରେନ

ଜଗନ୍ନାଥ ଭକ୍ତ ମାନଙ୍କ ମଧ୍ୟରେ ଖୁସିର ଲହରୀ

୧୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ଚଳିତ ବର୍ଷ ପବିତ୍ର ଗୁଣ୍ଡିଚା ଯାତ୍ରା ପାଈଁ ନୂଆଗାଁ ରୁ ପୁରୀ ଗଡିବ ସ୍ୱତନ୍ତ୍ର ଟ୍ରେନ। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଥାଉକି ସକାଳ ୪ଘଟିକା ୧୫ ମିନିଟ୍ ରୁ ଏହି ସ୍ୱତନ୍ତ୍ର ଟ୍ରେନ ନୂଆଗାଁ ଷ୍ଟେସନରୁ ଛାଡି ପୁରୀରେ ୮ ଘଟିକା ୧୫ ମିନିଟ ରେ ପହଞ୍ଚିବ ।

ସେହିପରି ପୁରୀରୁ ରାତ୍ର ୯ଘଟିକା ୧୫ ମିନିଟ୍ ରୁ ଛାଡି ନୂଆଗାଁ ରେ ରାତ୍ର ୧ ଘଟିକା ୧୫ ମିନିଟରେ ପହଞ୍ଚିବ । ଏହି ସ୍ଵତନ୍ତ୍ର ଟ୍ରେନ ରଥଯାତ୍ରା ରୁ ସୁନାବେଶ ପର୍ଯ୍ୟନ୍ତ ଗଡିବ । କିନ୍ତୁ ଦୈନିକ ଗଡୁଥିବା ନୂଆଗାଁ ପୁରୀ ଟ୍ରେନ ସମୟ ସାରଣୀରେ କୌଣସି ପରିବର୍ତ୍ତନ କରାଯାଇନଥିବାର ସୂଚନା ମିଳିଛି।ସ୍ଵତନ୍ତ୍ର ଟ୍ରେନ୍ ପୁରୀ ଯିବା ନେଇ ଜଗନ୍ନାଥ ଭକ୍ତ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Exit mobile version