
୧୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଣପୁର :- ଖୋର୍ଦ୍ଧା ଜିଲ୍ଲା ର ବାଣପୁର ଶାଳିଆ ଡ୍ୟାମ ନିକଟସ୍ଥ ଶ୍ରୀ ଶ୍ରୀ ମା ଡୋମଣୀ ଠାକୁରାଣୀ ଙ୍କ ପୀଠରେ ବିଶ୍ଵଶାନ୍ତି ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି,ରଜ ପର୍ବ ରେ ତିନିଦିନ ଧରି ମା’ଙ୍କ ବୈଦିକ ପରମ୍ପରା ଅନୁଯାୟୀ ପୂଜାବିଧି ରେ ଯଜ୍ଞ ଆରମ୍ଭ ହୋଇଯାଇଛି,ଏଥିରେ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ର , ଆଚାର୍ଯ୍ୟ ପଣ୍ଡିତ ବିରୂପାକ୍ଷ ଦାଶ , ପ୍ରଚାରକ ନିରଂଜନ ମହାପାତ୍ର ବ୍ରହ୍ମା ଭାବରେ ଯୋଗ ଦେଇଥିଲା ବେଳେ ଗୋଦାବରୀ ଦାସ , ବଳରାମ ଦାସ , ସୁରେଶ କୁମାର ଆଚାର୍ଯ୍ୟ , ସନ୍ତୋଷ କୁମାର ବ୍ରହ୍ମା ପ୍ରମୁଖ ବୈଦିକ ବ୍ରାହ୍ମଣ ମାନେ ଯୋଗ ଦେଇଥିଲେ !

