
୧୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଢେଙ୍କାନାଳ :- ପବିତ୍ର ରଜ ସଂକ୍ରାନ୍ତି ପାଳନ ଅବସରରେ ସ୍ଥାନୀୟ ଢେଙ୍କାନାଳ ଲେଖକ ସଂସଦ ଠାରେ ହିରୋ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ସହଯୋଗରେ ରଜ ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଛି । ଏହି ରଜ ମହୋତ୍ସବକୁ ବିଶିଷ୍ଟ ବରିଷ୍ଠ ଶିକ୍ଷାବିତ୍ କବି ଶଙ୍କର୍ଷଣ ଶତପଥୀ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୋଦ କୁମାର ନାୟକ ମୁଖ୍ୟ ଅତିଥି, ଶିଳ୍ପୀ ପରେଶ୍ ଚନ୍ଦ୍ର ପଟ୍ଟନାୟକ, ଓଡ଼ିଶା ଲଳିତ କଳା ଏକାଡେମୀ ସଭ୍ୟ ଓ ଡଃ ପୁଷ୍ପଲତା ରଥ , ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଭ୍ୟା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ହିରୋ ସ୍ବେଚ୍ଛାସେବୀ ସଂଗଠନର ନିର୍ଦ୍ଦେଶକ ସର୍ବେଶ୍ଵର ପରିଡା ସଭାପତିତ୍ବ କରିଥିଲେ । କାର୍ଯ୍ଯକ୍ରମ ପ୍ରାରମ୍ଭରେ ରଜ ମହୋତ୍ସବ ଅବସରରେ ଅନେକ ଯୁବ କବି ଓ ବରିଷ୍ଠ କବି ମାନଙ୍କୁ ନେଇ ଏକ କବିତା ପାଠ ଆୟୋଜନ ହୋଇଥିଲା । ବିଶିଷ୍ଟ ବରିଷ୍ଠ ଶିକ୍ଷାବିତ୍ କବି ଶଙ୍କର୍ଷଣ ଶତପଥୀଙ୍କ ସଭାପତିତ୍ବରେ ଡା. ଦେବୀ ପ୍ରସାଦ ମିଶ୍ରଙ୍କ ତତ୍ତ୍ଵାବଧାନ ରେ ଏବଂ ଶିଳ୍ପୀ ପରେଶ୍ ଚନ୍ଦ୍ର ପଟ୍ଟନାୟକଙ୍କ ସହଯୋଗରେ କବିତା ଆସର ଅନୁଷ୍ଠିତ ହୋଇଥିଲା ଓ ସମସ୍ତ କବିଙ୍କୁ ହିରୋ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ମଞ୍ଚାସୀନ ଅତିଥିବୃନ୍ଦ ମାନପତ୍ର ପ୍ରଦାନ କରିଥିଲେ । ଅଭିଲିପ୍ସା ସାହୁ ମଞ୍ଚ ପରିଚାଳନା କରିଥିଲେ । ନୃତ୍ୟଗୁରୁ ଶ୍ରୀକାନ୍ତ କୁମାର ସାହୁଙ୍କୁ ରଜ ମହୋତ୍ସବ ନୃତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ। ଏକ ଶିଶୁ କଳାକାର ରଜ ପୋଡ଼ପିଠା କାଟିଥିଲେ ଓ ଉପସ୍ଥିତ ସମସ୍ତେ ତାକୁ ଆନନ୍ଦ ମନରେ ଖାଇଥିଲେ । ଅବସରରେ କୁନି କୁନି କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷିତ ହୋଇଥିଲା । ଶେଷରେ ଭାରତ ଭୂଷଣ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ । ରାଜେଶ ସ୍ୱାଇଁ ଏବଂ ଅଭିଲିପ୍ସା ସାହୁ ସହଯୋଗ କରିଥିଲେ ।

