ରାଜ୍ୟ ସରକାରଙ୍କୁ ଆତରସିଂ ଗ୍ରାମବାସୀଙ୍କ କୃତଜ୍ଞତା ;ଚର୍ଚ୍ଚ ଗୃହ ନିର୍ମାଣ

୧୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-  ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଆତରସିଂ ଗ୍ରାମର ମାତୃ ମଣ୍ଡଳୀ ଚର୍ଚ୍ଚ ଗୃହ ପରିସର ଠାରେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଏକ ଧନ୍ୟବାଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ,ବ୍ଲକ ସଭାପତି ଯୋହନ ମାଝି, ସାଂସଦ ପ୍ରତିନିଧି ବିନୟ କୁମାର ପାଣି(ରିଙ୍କୁ) ଜିଲ୍ଲା ଉପ ସଭାପତି ଜେମ୍ସ ରାଇକା, ଏସଡିସି ସଦସ୍ୟ ପ୍ରସନ ଦଳ ବେହେରା, ଜିଲ୍ଲା ସମ୍ପାଦକ ଜଖିୟ ମଣ୍ଡଳ ଅତିଥି ଭାବେ ଯୋଗଦାନ କରି ଥିବାବେଳେ ବରିଷ୍ଟ ବିଜେଡି କର୍ମୀ କ୍ରୀଷ୍ଣା ନାୟକ,

ଶରତ ଲିମା, ସୂର୍ଯ୍ୟ ପରାଗ ଛିଞ୍ଚନୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ୫-ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ ମେ ମାସରେ ୨ଦିନିଆ ଗଜପତି ଜିଲ୍ଲା ଗସ୍ତ କରିଥିଲେ। ଗସ୍ତ ସମୟରେ ବ୍ଲକର ବିଭିନ୍ନ ପଞ୍ଚାୟତ ସ୍ତରର ସମସ୍ୟା ସମ୍ପର୍କରେ ଶ୍ରୀ ପାଣ୍ଡିଆନଙ୍କୁ ଲିଖିତ ଅଭିଯୋଗ କରିଥିଲେ ଅଞ୍ଚଳବାସୀ ।ସେହିଭଳି ଆତରସିଂ ଗ୍ରାମର ମାତୃ ମଣ୍ଡଳୀ ନୂତନ ଚର୍ଚ୍ଚ ଗୃହ ନିର୍ମାଣ କାର୍ଯ୍ୟ ନିମନ୍ତେ ସହାୟତା ରାଶି ନିମନ୍ତେ ଲିଖିତ ଭାବେ ଜଣାଇଥିଲେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ବ୍ଲକର ଚର୍ଚ୍ଚ ଏବଂ ମନ୍ଦିର ନିମନ୍ତେ ୨କୋଟି ୭୯ଲକ୍ଷ ଟଙ୍କା ଅନୁମୋଦନ ଭେଟି ଦେଇଛନ୍ତେ। ସେଥିରେ ଆତରସିଂ ଗ୍ରାମ ମାତୃ ମଣ୍ଡଳୀ ଚର୍ଚ୍ଚ ନିମନ୍ତେ ୧୦ଲକ୍ଷ୍ୟ ଟଙ୍କା ଅନୁମୋଦନ କରିଛନ୍ତି ।ତେଣୁ ମାତୃ ମଣ୍ଡଳୀ ତରଫରୁ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତା ସହ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ଏହି କାର୍ଯ୍ୟ କ୍ରମରେ ସ୍ଥାନୀୟ ମଣ୍ଡଳୀ ସଭାପତି ଦେବାନନ୍ଦ କାଟା,ଦିକନ ଉରିୟ ରାଇକା,ସମ୍ପାଦକ ଫିଲିମନ ମଣ୍ଡଳ, କୋଷାଧ୍ୟକ୍ଷ ଫିନୁଏଲ ରାଇକା ପରିଚାଳନାରେ ସହଯୋଗ କରିଥିଲେ।

Exit mobile version