ଶ୍ରୀଜିଉଙ୍କ କୁନି ସେବାୟତ – ପୁରୀ

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ଶ୍ରୀଜିଉଙ୍କ କୁନି ସେବାୟତ । ବଳଦେବ ଦାସମହାପାତ୍ର ଓ ଏକାଂଶୁ ଦାସମହାପାତ୍ର । ବଳଦେବକୁ ୧୦ ମାସ, ଏକାଂଶୁଙ୍କୁ ୧ ବର୍ଷ । ଶ୍ରୀମନ୍ଦିର ପରମ୍ପରା ଓ ରୀତିନୀତି ଅନୁସାରେ ଶ୍ରୀଜିଉଙ୍କ ସେବାରେ ସାମିଲ ହୋଇଛନ୍ତି ଏହି ଦୁଇ କୁନି ସେବାୟତ । ଏଥିସହ ପ୍ରାପ୍ୟ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବର୍ଷକୁ ଏହି ଦୁଇ କୁନି ସେବକ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ପାଇବେ ।

ନିୟମ ଅନୁଯାୟୀ, ଶ୍ରୀଜିଉଙ୍କ ସେବାରେ ନିୟୋଜିତ ବରିଷ୍ଠ ସେବାୟତଙ୍କୁ ଯେତିକି ପ୍ରାପ୍ୟ ମିଳେ, ତାର ଅଧା ପ୍ରାପ୍ୟ କୁନି ସେବାୟତକୁ ଦିଆଯାଇଥାଏ । ଜଣେ ବରିଷ୍ଠ ସେବାୟତଙ୍କୁ ବାର୍ଷିକ ପ୍ରାୟ ୩ ଲକ୍ଷ ଟଙ୍କା ପ୍ରାପ୍ୟ ମିଳିଥାଏ । ତେଣୁ କୁନି ସେବାୟତଙ୍କୁ ମିଳିବ ତାର ଅଧା ଦେଢ଼ ଲକ୍ଷ ଟଙ୍କା । ଶ୍ରୀମନ୍ଦିର ସେବାୟତଙ୍କ ତାଲିକାରେ ଏହି ଦୁଇ କୁନି ସେବାୟତଙ୍କ ନାଁ ଯୋଡ଼ି ହେବା ପରେ ଦୁହିଁଙ୍କୁ ନେଇ ହେବ ବିଭିନ୍ନ ରୀତିନୀତି ।

ଦଇତାପତି ସେବାୟତଙ୍କ ଘରେ ଜନ୍ମିତ ପୁତ୍ର ୨୧ ଦିନର ହେବା ପରେ ତାଙ୍କୁ ମିଳିଥାଏ ସେବାୟତର ଅଧିକାର । ସେହି ପୁତ୍ରକୁ ଶ୍ରୀମନ୍ଦିର ଅଣସର ଘରକୁ ନେଇ ଆଣିବା ପରେ ସେ ସେବାୟତ ଅଧିକାର ପାଇବା ସହ ପ୍ରାପ୍ୟ ପାଇବା ପାଇଁ ହକଦାର ହୋଇଥାଏ । ସେଇ ନୀତିରେ ବଳଦେବ ଓ ଏକାଂଶୁ ସେବାୟତ ସହିତ ପ୍ରାପ୍ୟ ଅଧିକାର ହାସଲ କରିଛନ୍ତି । ଏହି ପରମ୍ପରା ଶ୍ରୀମନ୍ଦିର ସ୍ବତ୍ବଲିପିରେ ମଧ୍ୟ ଉଲ୍ଲେଖ ରହିଛ

Exit mobile version