ଆଦିତ୍ୟ ବିର୍ଲା ସନ୍‌ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଚାଇଲଡସ୍ ଫ୍ୟୁଚର୍ ଆସ୍ୟୁରଡ୍‌ ପ୍ଲାନ୍ ଉନ୍ମୋଚିତ – ପିଲାଙ୍କ ସୁରକ୍ଷିତ ଭବିଷ୍ୟତ ଲାଗି ନିଶ୍ଚିତ ରିଟର୍ଣ୍ଣ ପ୍ରଦାନ କରିବ ଏହି ପ୍ଲାନ୍‌

ଓଡିଶା ତାଜା ନ୍ୟୁଜ୍ (୨୪ ଜୁନ୍ ବୁଧବାର) ଭୁବନେଶ୍ୱର :- ଆଦିତ୍ୟ ବିର୍ଲା କ୍ୟାପିଟାଲ୍ ଲିମିଟେଡ୍‌ର ସହଯୋଗୀ ସଂସ୍ଥା ଆଦିତ୍ୟ ବିର୍ଲା ସନ୍‌ଲାଇଫ୍ ଇନ୍‌ସ୍ୟୁରାନ୍ସ (ଏବିଏସ୍‌ଏଲ୍‌ଆଇ) ପକ୍ଷରୁ ପ୍ରଥମ ଧରଣର ଏବିଏସ୍‌ଏଲ୍‌ଆଇ ଚାଇଲଡସ୍ ଫ୍ୟୁଚର୍ ଆସ୍ୟୁରଡ୍‌ ପ୍ଲାନ୍ ଘୋଷଣା କରାଯାଇଛି । ପିଲାଙ୍କ ଭବିଷ୍ୟତକୁ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ ରଖିବା ହେଉଛି ଏହି ପ୍ଲାନ୍‌ର ମୁଖ୍ୟ ଉଦ୍ଦେଶ୍ୟ । ଏହା ହେଉଛି ଏକ ନନ୍‌-ଲିଙ୍କଡ୍ ନନ୍‌-ପାର୍ଟିସିପେଟିଂ ଜୀବନ ବୀମା ଯୋଜନା ଯାହା ରିଟର୍ଣ୍ଣର ଗ୍ୟାରେଂଟି ଦେଉଛି । ପିଲାଙ୍କ ଶିକ୍ଷା ଓ ବିବାହ ଭଳି ଦୁଇ ପ୍ରକାର ପ୍ରମୁଖ ଆବଶ୍ୟକତାକୁ ଏହି ପ୍ଲାନ୍ ଜରିଆରେ ସୁରକ୍ଷିତ ରଖିହେବ । ଏଥିରେ ଏକ ଇନ୍‌-ବିଲ୍‌ଟ ପ୍ରିମିୟମ୍ ଛାଡ଼ ସୁବିଧା ରହିଛି ଯାହା ଜରିଆରେ କୌଣସି ଦୁର୍ଭାଗ୍ୟପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେଲେ ବୀମା ପଲିସିର ସୁବିଧା ଜାରି ରହିବ । ପିଲାଙ୍କ ଶିକ୍ଷା ପାଇଁ ଏଥିରେ ୩,୬ ଓ ୯ ବର୍ଷ ର ପ୍ଲାନ୍ ରହିଛି ଏବଂ ବିବାହ ପାଇଁ ଏକକାଳୀନ ବୀମା ରାଶି ହାସଲ କରିହେବ । ପିଲାଙ୍କ ଉଚ୍ଚ ବିଦ୍ୟାଳୟ, ସ୍ନାତକ ଏବଂ ସ୍ନାତକ ପରବର୍ତୀ ଶିକ୍ଷା ଲାଗି ହେଉଥିିବା ଖର୍ଚ୍ଚ ପାଇଁ ଏହି ପ୍ଲାନ୍ ଗ୍ୟାରେଂଟି ରିଟର୍ଣ୍ଣ ପ୍ରଦାନ କରିବ ଏବଂ ବିବାହ ଲାଗି ଏକ ନିର୍ଦିଷ୍ଟ ପରିମାଣର ରାଶି ରଖିବାର ପ୍ରତିଶ୍ରୁତି ଦେବ ।

ଏହି ପ୍ରିମିୟମ୍ ପ୍ରଦାନ କରିବା, ମୁତ୍ୟୁକାଳୀନ ସୁବିଧା ଏବଂ ଆହୁରି ଅନେକ ପ୍ରକାର ଅତିରିକ୍ତ ରାଇଡର୍ ରହିଛି । ଏହି ଯୋଜନାରେ ପ୍ରବେଶ କରିବାର ସର୍ବନିମ୍ନ ବୟସ ୧୮ ବର୍ଷ ରଖାଯାଇଥିବା ବେଳେ ସର୍ବାଧିକ ବୟସ ୬୫ ରଖାଯାଇଛି । ବ୍ୟକ୍ତିକୁ ୭୫ ବର୍ଷ ହେବା ସମୟରେ ପ୍ଲାନ୍ ପରିପକ୍ୱ ହେବ । ଏଥିରେ ବର୍ଷକୁ ସର୍ବନିମ୍ନ ୩୦ ହଜାର ଟଙ୍କାର ପ୍ରିମିୟମ୍ ଦେବାକୁ ପଡ଼ିବ । ଏ ସଂପର୍କରେ ଆଦିତ୍ୟ ବିର୍ଲା ସନ୍ ଲାଇଫ୍ ଇନ୍‌ସ୍ୟୁରାନ୍ସର ଏମ୍‌ଡି ଓ ସିଇଓ କମ୍‌ଲେଶ ରାଓ କହିଛନ୍ତି ଯେ, “ପିଲାଙ୍କ ପ୍ରମୁଖ ମାଇଲଖୁଂଟ ଲାଗି ସଂପତି ପାଣ୍ଠି ଗଠନ କରିବା କିମ୍ବା ବଜାୟ ରଖିବା ଉପରେ ସବୁ ଅଭିଭାବକ ପ୍ରାଥମିକତା ଦେଇଥାନ୍ତି । ଏଭଳି ଅଭାବନୀୟ ସମୟରେ ପିଲାଙ୍କ ସ୍ୱପ୍ନ ଓ ଲକ୍ଷ୍ୟକୁ ସୁରକ୍ଷା ଦେବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ।

ତେଣୁ ପିଲାଙ୍କ ଭବିଷ୍ୟତର ମୁକାବିଲା ଲାଗି ଗାରେଂଟି ରିଟର୍ଣ୍ଣ ଦେଉଥିବା ସମାଧାନର ଆବଶ୍ୟକତା ରହିଛି । ନିଶ୍ଚିତ ପେ-ଆଉଟ୍ ସହିତ ଏସବିଏସ୍‌ଏଲ୍‌ଆଇର ଚାଇଲଡସ୍ ଫ୍ୟୁଚର ଆସ୍ୟୁରଡ୍ ପ୍ଲାନ୍ ହେଉଛି ଏକ ସ୍ୱତନ୍ତ୍ର ଉତ୍ପାଦ ଯାହା ଅଭିଭାବକମାନଙ୍କ ଆର୍ଥିକ ଲକ୍ଷ୍ୟକୁ ସୁହାଇବ ଏବଂ ନିର୍ଦିଷ୍ଟ ପାଣ୍ଠି ସେମାନଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ ।’’ ଏଥିରେ ବିପଦର ମାତ୍ରା ବୃଦ୍ଧି କରି ବୀମା ରାଶି ପରିମାଣ ୨୦୦% ପର୍ଯ୍ୟନ୍ତ ବଢ଼ାଇବାର ବିକଳ୍ପ ରହିଛି । ଅତ୍ୟନ୍ତ ବିଶ୍ୱସ୍ତ ଗ୍ରାହକଙ୍କ ପାଇଁ ଉନ୍ନତ ପ୍ରକାର ସୁବିଧା ରହିଛି । ପିଲାମାନଙ୍କ ଜୀବନର ବିଭିନ୍ନ ପ୍ରକାର ମାଇଲଖୁଂଟ ଆଧାରରେ ଏହି ପ୍ଲାନ୍‌କୁ ନିଜକୁ ସୁହାଇବା ଭଳି ନେଇହେବ ।

Exit mobile version