
୧୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଗ୍ରାମର ମା, ଧାକୁଲେଇଙ୍କ ପୀଠରେ ରାହୁଲ ଜୀ ସେବା ଟ୍ରଷ୍ଟ ପକ୍ଷରୁ ତିନିଦିନ ଧରି ଚାଲିଥିବା ରଜ ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଏହି ମହୋତ୍ସବରେ ରଜ ଦୋଳି, ନୃତ୍ୟ, ଗୀତ, ଚିତ୍ରାଙ୍କନ,ମିୟୁଜିକ୍ ଚେୟାର, ପୁଚି, ସ୍କିପିଙ୍ଗ , କୁଇଜ ଆଦି ପ୍ରତି ଯୋଗୀତା ଅନୁଷ୍ଠିତ ହୋଇଥିଲା ।

ଏହି ସବୁ ପ୍ରତି ଯୋଗୀତାରେ ପ୍ରଥମ , ଦ୍ୱିତୀୟ , ତୃତୀୟ ହୋଇଥିବା ପ୍ରତିଯୋଗୀଙ୍କୁ ରାହୁଲ ଜୀ ସେବା ଟ୍ରଷ୍ଟ ପକ୍ଷରୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ସିଏମସି ୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରଷ୍କାର ପ୍ରଦାନ ଉତ୍ସବରେ ପୂର୍ବତନ ମନ୍ତ୍ରୀ ବିଜୟ ଲକ୍ଷ୍ମୀ ସାହୁ,
କଟକ ସଦର ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର, କର୍ପୋରେଟର ସ୍ୱର୍ଣ୍ଣପ୍ରଭା ପଶାୟତ, କର୍ପୋରେଟର ଲିଜା ରାଉତ, ଆଡ଼ଭୋକେଟ ଅର୍ଣପୂର୍ଣ୍ଣା ସାହୁ, ଧାକୁଲେଇ ଗ୍ରାମ୍ୟ ଉନ୍ନୟନ କମିଶନର ସଭାପତି ପ୍ରମୋଦ ସ୍ୱାଇଁ, ବାଦଲ କୁମାର ଜେନା,
ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ରଜ ମହୋତ୍ସବରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ । ପ୍ରମୋଦ କୁମାର ବେହେରା, ଦୀପାଞଳୀ ଖୁଣ୍ଟିଆ ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।
