ତୃତୀୟ ଦିନରେ ପତିତପାବନ ଯୁବକ ସଂଘର ରଜ ମହୋତ୍ସବ

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ସିକୋ :- ବେଗୁନିଆ ସଦର ମହକୁମା ନୂଆସାହିସ୍ଥିତ ଜଗନ୍ନାଥ ମନ୍ଦିର ସଲଗ୍ନ ଆମ୍ର କାନନ ପରିସରରେ ପତିତପାବନ ଯୁବକ ସଂଘ ପକ୍ଷରୁ ତୃତୀୟ ଦିନ ରଜ ମହୋତ୍ସବ ପାଳନ କରାଯାଇଥିଲା । ଏଥିରେ ପ୍ରତିଯୋଗୀ ମାନଙ୍କ ଦ୍ୱାରା ପୁଚି ଖେଳ, ଅନ୍ଧ ପୁଟୁଳି ଖେଳ, କାନ୍ଦଣା, ଅନ୍ତାକ୍ଷରୀ ଓ କୁଇଜ ଆଦି ପ୍ରତିଯୋଗିତା କରାଯାଇଥିଲା । କାନ୍ଦଣା ପ୍ରତିଯୋଗିତାରେ ପ୍ରତିମା ମୁଦୁଲି ପ୍ରଥମ ,ସୁଲୋଚନା ବେହେରା ଦ୍ୱିତୀୟ ବନ୍ଦିତା ଦାସ ଓ କୁମୁଦିନୀ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ସଂଘର ସଭାପତି ହିମାଂଶୁ ଭୂଷଣ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଧାକର ସାମନ୍ତରାୟ ମୁଖ୍ୟ ଅତିଥି ,ଦିବାକର ସାହୁ ମୁଖ୍ୟ ବକ୍ତା ଓ ବ୍ୟଙ୍ଗକବି ବ୍ରଜବନ୍ଧୁ ସୁବୁଦ୍ଧି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ପ୍ରତାପକୁମାର ସାହୁ ସଂଯୋଜନା କରିଥିଲେ । ସୁଶ୍ରୀ ଶ୍ରାବଣୀ ଶୁଭଦର୍ଶିନୀ ବିଷୋୟୀ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ସାମ୍ବାଦିକ ଯୋଗେଶ୍ୱର ପଣ୍ଡା ଓ ଦୁର୍ଗା ପ୍ରସାଦ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଡ୍ୟାନ୍ସ ଡ୍ୟାନ୍ସ ଅନୁଷ୍ଠିତ ହୋଇଥିଲା ।

Exit mobile version