୧୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :- ନୂଆଗାଁ ବ୍ଳକ ମାଇଛେଳି ପଞ୍ଚାୟତ ରେ ଥିବା ଚିନ୍ତାମଣି ବିଦ୍ୟାପୀଠ ସଂପଡା ଠାରେ ମା ସିନ୍ଦୁର ପାତି ଏକ ଦିବସୀୟ କ୍ରିକେଟ ଟୁନାମେଣ୍ଟ ଯୁବ ପ୍ରତିଭା ମାନଙ୍କ ଦ୍ଵାରା ଆୟୋଜିତ ହୋଇଥିଲା । ଏହି ଟୁନାମେଣ୍ଟ ରେ ୧ମ ମ୍ୟାଚ୍-ମଧ୍ୟ୍ୟଖଣ୍ଡ ଓ ଲେଙ୍କୁଡି ପଡା ମଧ୍ୟରେ , ୨ୟ ମ୍ୟାଚ୍-ଦଶପଲ୍ଲା ଓ ବଡଗୋଠ, ୩ୟ ମ୍ୟାଚ୍-ନୂଆଗାଁ ଓ ସଁପଡା ଏବଂ ୪ର୍ଥ ମ୍ୟାଚ -ନୋତର ଓ ଢୋଲମରା ମଧ୍ୟରେ ହୋଇଥିଲା ।

ସେମି ଫାଇନାଲ କୁ ନୂଆଗାଁ ସହିତ ଦଶପଲ୍ଲା କ୍ରିକେଟ୍ ଟିମ୍ ମଧ୍ୟରେ ଏବଂ ଡୋଲମରା ସହିତ ନୋତର କ୍ରିକେଟ୍ ଟିମ୍ ମଧ୍ୟରେ ହୋଇଥିଲା । ଫାଇନାଲ ମ୍ୟାଚ ଲେଙ୍କୁଡି ପଡା ଓ ଦଶପଲ୍ଲା ମଧ୍ୟରେ ହୋଇଥିଲା ,ଯାହାକି ଦଶପଲ୍ଲା ଦଳ ବିଜୟୀ ହୋଇଥିଲା । ଏହି ଟୁନାମେଣ୍ଟ ର ମୂଖ୍ୟ ଆକର୍ଷଣ ଚିୟର ଗାର୍ଲ୍ସ ମାନେ ଥିଲେ ।
