Home ଓଡ଼ିଶା ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଦାବି ଫଇସଲା ପ୍ରକ୍ରିୟାର ସରଳୀକରଣ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୬ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଦୁଃଖଦ ଟ୍ରେନ୍ ଦୁର୍ଘଟଣାରେ ପ୍ରଭାବିତ ପରିବାରଙ୍କ ବୀମା ଦାବି ଫଇସଲା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରାଯାଇଛି । ସ୍ଥିତିର ଗମ୍ଭୀରତାକୁ ନଜରରେ ରଖି ପଲିସି ଦାବିର ଶୀଘ୍ର ସମାଧାନ ପାଇଁ ମୃତ୍ୟୁକାଳୀନ ଓ ଦିବ୍ୟାଙ୍ଗ ଦାବିର ଫଇସଲା ପ୍ରକ୍ର୍ରି୍ରୟାକୁ ସହଜ କରାଯାଇଛି । ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଏକ ସରଳୀକୃତ ଦାବି ପ୍ରକ୍ର୍ରିୟା ଲାଗୁ କରାଯାଇଛି ଯେଉଁଥି ପାଇଁ ସର୍ବନିମ୍ନ କାଗଜପତ୍ର ଆବଶ୍ୟକ । ଦାବି ପ୍ରକ୍ର୍ରିୟାକରଣ ପାଇଁ ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସକୁ ପଲିସିଧାରକ କିମ୍ବା ନୋମିନି, ଆଇନଗତ ଉତରାଧିକାରୀ ପ୍ରଦାନ କରିବାକୁ ଥିବା କାଗଜପତ୍ର ବିଷୟରେ ନିମ୍ନରେ ସୂଚନା ଦିଆଯାଇଛି । ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ବୀମାଧାରକଙ୍କ ମୃତ୍ୟୁ ହୋଇଥିବାର ବୈଧ ରେକର୍ଡ . ପ୍ରମାଣକୁ ଭାରତୀ ଆକ୍ସା ଲାଇଫ ଇନ୍ସ୍ୟୁରାନ୍ସ ଗ୍ରହଣ କରିବ ଦାବିଦାରଙ୍କ ଷ୍ଟେଟ୍ମେଂଟ୍ (ନୋମିନି ପୂରଣ କରିବେ) ନୋମିନିଙ୍କ ବ୍ୟାଙ୍କ ବିବରଣୀ ସହିତ – https://www.bhartiaxa.com/claims ରେ ଦାଖଲ କରିବାକୁ ପଡ଼ିବ ସରକାର ଜାରି କରିଥିବା ଏକ ଫଟୋ ପରିଚୟପତ୍ର, ଠିକଣା ପ୍ରମାଣପତ୍ର ଏବଂ ବୀମା ଧାରକଙ୍କ ସହିତ ନୋମିନିଙ୍କ ସମ୍ପର୍କ ପ୍ରମାଣକୁ ଦାବି ଉପସ୍ଥାପନ ବେଳେ ଦାଖଲ କରିବାକୁ ହେବ । ଏହା ସହିତ ନୋମିନି/ ଆଇନଗତ ଉତରାଧିକାରୀ ନିଜ ଦାବି ବିଷରେ ଭାରତୀ ଆକ୍ସା ଲାଇଫ୍ ଇନସ୍ୟୁରାନ୍ସର ଏହି ଅଧିକାରୀ ମାନଙ୍କୁ ଜଣାଇବାକୁ ହେବ Soubhagya Ranjanbehera – soubhagya.ranjanbehera@bhartiaxa.com Koushik Sanyal – koushik.sanyal@bhartiaxa.com Arijit Prasad Roy – arijitprasad.roy@bhartiaxa.com Claims Department – lifeclaims@bhartiaxa.com ଅଧିକ ବିବରଣୀ ପାଇଁ ପଲିସିଧାରକ ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସର ଦେୟମୁକ୍ତ ନମ୍ବର ୧୮୦୦-୧୦୨-୪୪୪୪ରେ ଯୋଗାଯୋଗ କରିପାରିବେ । ଅନ୍ୟଥା, ଦାବି ଉପସ୍ଥାପନ କରିବା ଲାଗି ସେମାନେ, ଆଶିଷ ପ୍ଲାଜା ପ୍ରଥମ ମହଲା, ପୋଲିସ ଲାଇନ୍ ଛକ ନିକଟ, ଓଟି ରୋଡ୍, ବାଲେଶ୍ୱର, ଓଡ଼ିଶା-୭୫୬୦୦୧ରେ ଥିବା ଭାରତୀ ଆକ୍ସା ଲାଇଫ୍ର ଶାଖା ସହ ଯୋଗାଯୋଗ କରିପାରିବେ । ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସର ଗ୍ରାହକ ଅଧିକାରୀ ମୁଖ୍ୟ ଓ ମାର୍କେଟିଂ, ଡିଜିଟାଲ୍ ଓ ଅନଲାଇନ୍ ବିକ୍ରି ମୁଖ୍ୟ ଶ୍ରୀ ନିତୀନ ମେହ୍ତା କହିଛନ୍ତି ଯେ, “ଏହି କଠିନ ସମୟରେ ବାଲେଶ୍ୱର ଦୁଃଖଦ ଟ୍ରେନ୍ ଦୁର୍ଘଟଣାରେ ପୀଡ଼ିତ ଲୋକମାନଙ୍କ ପ୍ରଭାବିତ ପରିବାର ପ୍ରତିି ଅମେ ଗଭୀର ସମଦେବନା ଜଣାଉଛି । ଟ୍ରେନ୍ ଦୁର୍ଘଟଣାର ପୀଡ଼ିତ ମାନେ ସାମ୍ନା କରୁଥିବା ଚାପକୁ ସହଜ କରିବା ଦିଗରେ ଆମର ନିଷ୍ଠାପର ଉଦ୍ୟମ ସ୍ୱରୂପ ଆମେ ଆମେ ଦାବି ଫଇସଲା ପ୍ରକ୍ରିୟାର ସରଳୀକରଣ କରିଛୁ ଓ ଆଶା କରୁଛୁ ଯେ ଏହି ସହଜ ପଦ୍ଧତି ଲୋକମାନଙ୍କୁ କିଛିଟା ଆରାମ ଓ ସହାୟତା ପ୍ରଦାନ କରିବ । ଭାରତୀ ଆକ୍ସା ଲାଇଫ୍ରେ ପ୍ରଭାବିତ ଗ୍ରାହକମାନଙ୍କୁ ଶ୍ରେଷ୍ଠ ଆର୍ଥିକ ରିଲିଫ୍ ପ୍ରଦାନ କରିବା ଦିଗରେ ଆମେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ ।’’ ଭାରତୀ ଆକ୍ସା ଲାଇଫ ପକ୍ଷରୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ପ୍ରଭାବିତ ଲୋକଙ୍କୁ ମାନବିକତା ରିଲିଫ୍ ପ୍ରଦାନ କରିବା ଲାଗି କଂପାନି ଅକ୍ସଫାମ୍ ଇଣ୍ଡିଆ ସହିତ ସହଯୋଗିତା ସ୍ଥାପନ କରିଛି । Categories: ଓଡ଼ିଶା, ବାଣିଜ୍ୟ, ହୋମ୍ Related Content ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ : ସମଗ୍ର ଶୈବ ପୀଠ ଚଳ ଚଞ୍ଚଳ by Proprietor Abhimanyu Maharana August 4, 2026 ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର by Proprietor Abhimanyu Maharana August 4, 2026 ଅବକାରୀ ବିଭାଗର ଚଢ଼ାଉ ,୧୫ ଲକ୍ଷ ୬୦ ହଜାର ଟଙ୍କାର ହିରୋଇନ୍ ଜବତ by Proprietor Abhimanyu Maharana August 4, 2026 ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 4, 2026 ପୁରୀରେ ସ୍ଥାୟୀ ସାର୍ବଜନୀନ ୟୁରିନାଲ୍ ନିର୍ମାଣ ଓ ନିୟମିତ ସଫେଇ ଦାବିରେ ପୁରୀ ମହାନଗର ନିଗମ କମିଶନରଙ୍କୁ ଦାବିପତ୍ର ପ୍ରଦାନ by Proprietor Abhimanyu Maharana August 4, 2026 ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ବତନ୍ତ୍ର ସଘନ ପ୍ରକ୍ରିୟା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ by Proprietor Abhimanyu Maharana August 4, 2026