ଆର,ଉଦୟଗିରି ବ୍ଳକକୁ ମଠ ମନ୍ଦିର ଓ ଚର୍ଚଘର ନିର୍ମାଣ କରିବାକୁ ମିଳିଲା ୨ କୋଟି ୩୮ ଲକ୍ଷ ଟଙ୍କା

୧୫ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗଜପତି ଜିଲ୍ଲାର ସମସ୍ତ ମଠ ମନ୍ଦିର ଓ ଚର୍ଚ ଏଥର ସୁସଜ୍ଜିତ ହେବ । ଯେତିକି ଅସମ୍ପୂଣ୍ଣ ହୋଇ ପଡିରହିଥିବା ସେସବୁକର କାର୍ଯ୍ୟ ଅତି ଶିଘ୍ର ସମାପ ହେବା । ଜାତିଧର୍ମ ନିବିଶେଷରେ ସମସ୍ତ ବର୍ଗ ଓ ବଣ୍ଣର ଜନସାଧାରଣ ଖୁସି ହେବା ପାଇଁ ମୁଖ୍ୟମନ୍ତୀଙ୍କ ନିର୍ଦେଶରେ ଅନୁଦାନ ପ୍ରଦାନ କରାଯାଇଛି ।

ଏ ନେଇ ଆ ର,ଉଦୟଗିରି ବ୍ଳକରେ ଏକ ସାଧାରଣ ସଭାରେ ଆୟୋଜନ କରାଯାଇଥିଲା । ଏଥିରେ ଗଜପତି ବିଜେଡି ଜିଲ୍ଲାସଭାପତି ଜଗବନ୍ଧୁ ଦାସ, ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ଶବର ସମାଜ କଲ୍ୟାଣ ସମିତି ସର୍ବୋର୍ଚ ସଭାପତି ଝାମ୍ପୁରା ରଇତ ପ୍ରମୁଖ ଉପସ୍ଥତ ଥିଲେ ।

ବ୍ଳକ ସଭପତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ କହିଥିବା ପରେ ଜିଲ୍ଲା ସଭାପତି ଶ୍ରୀ ଦାସ ଆର,ଉଦୟଗିରି ବ୍ଳକକୁ ୨ କୋଟି ୩୮ ଲକ୍ଷ ଅନୁଦାନ ମିଳିଥିବା ପ୍ରକାଶ କରିଥିଲେ । ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଏହି ଟଙ୍କା ବ୍ଳକ ପାଇଁ ପ୍ରଦାନ କରାଯାଇଥିବାରୁ ସଭିଏଁ ମୁଖ୍ୟମନ୍ତୀଙ୍କ ସମେତ ୫- ଟି ସଚିବ ଭି,କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Exit mobile version