ନିଆଳି କଣ୍ଟାପଡ଼ା ବ୍ଲକ୍ ଅଞ୍ଚଳରେ ଧୁମ୍ ଧାମ ରେ ରଜ ମହୋତ୍ସବ ପାଳିତ

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ଜିଲ୍ଲା ନିଆଳି ବ୍ଳକ ର ଜଲାର ପୁର ହାଇ ସ୍କୁଲ ନିକଟ ଆମ୍ବ ତୋଟା ଠାରେ ସମାଜ ସେବି ରାଜେନ୍ଦ୍ର ପଣ୍ଡା ଙ୍କ ତତ୍ୱବ ଧ୍ୟାନ ରେ ଗଣ ପର୍ବ ରଜ ମହୋତ୍ସବ ପାଳିତ ହୋଇଯାଇଛି ଏହି ଉପଲକ୍ଷେ ଝିଅ ଓ ମହିଳା ମାନଙ୍କ ଲାଗି ଦୋଳି, ପୋଡ଼ପିଠା, ପାନ, ମେହେନ୍ଦି,ପୁଚି ଖେଳ ଏବଂ ପୁରୁଷ ବର୍ଗ ର ଲୋକ ମାନଙ୍କ ପାଇଁ ତାସ ଖେଳ କବାଡି ଖେଳ ଆଓଜନ କରାଯାଇଛି ।

ସେହିପରି ନିଆଳି ଠାରେ ହର୍ରଚଣ୍ଡି ସଙ୍କୀର୍ତ୍ତନ ମଣ୍ଡଲି ବାରଗୋଡ଼ିଆ ପକ୍ଷରୁ ବିଭିନ୍ନ ବେଶ ଭୁଷା ରେ ସଜିତ ସଙ୍କୀର୍ତ୍ତନ ମଣ୍ଡଳୀ ର କଳାକାର ଙ୍କ ଦ୍ଵାରା କଳା ପ୍ରଦର୍ଶନ କରାଯାଇଥିଲା । ଏହି ସଙ୍କୀର୍ତ୍ତନ ମଣ୍ଡଳୀ ରେ ଝରିଆ ବେହେରା ଅରକ୍ଷିତ ସିଂହ , ଅଲେଖ ବେହେରା , ଜୟରାମ ବେହେରା, ପପୁ ସିଂହ ପ୍ରମୁଖ ଙ୍କ ନେତୃତ୍ଵ ରେ ନିଆଳି ଡାକ ଘରଠାରୁ ବଜାର ମଧ୍ୟ ଦେଇ ସ୍କୁଲ ପର୍ଜନ୍ତ ଏକ ଶୋଭାଯାତ୍ରା ରେ ଯାଇ ସେମାନଙ୍କ ର ବିଭିନ୍ନ କଳା ପ୍ରଦର୍ଶନ କରିଥିଲେ ।

ଏହି ପରି କଣ୍ଟାପଡ଼ା ବ୍ଲକ୍ ର ସୁନ୍ଦର ଗ୍ରାମ ଠାରେ ବ୍ଲକ୍ ଅଧ୍ୟକ୍ଷା ଜିନା ଭୋଇ ଙ୍କ ପ୍ରତ୍ୟକ ତତ୍ତ୍ଵାବଧାନରେ ମହିଳା ଝିଅ ବୋହୁ ମାନ ଙ୍କ ଦ୍ଵାରା ପୁଚି ଖେଳ, ଦୋଲିଖେଳ ସମେତ ବିଭିନ୍ନ ପ୍ରତିଯୋଗିତା ଆୟୋଯିତ କରାଯାଇଥିଲା । ଏଥିରେ ବହୁ ବିଶିଷ୍ଟ ସମ୍ମାନିତ ଅତିଥି ମାନେ ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ । ନିଆଳି ଓ କଣ୍ଟାପଡ଼ା ବ୍ଲକ୍ ଅଞ୍ଚଳରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଧୁମ୍ ଧାମରେ ପାରମ୍ପରିକ ଗଣ ପର୍ବ ରଜ ମହୋତ୍ସବ ପାଳିତ ହେଉଅଛି ।

Exit mobile version