Home ଓଡ଼ିଶା ଯୌନ ନିର୍ଯାତନା ଅଭିଯୋଗ କରି ମଦ୍ରାସା ରୁ ଖସି ଆସିଲେ ୨ ନାବାଳକ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ : ମଦ୍ରାସାରୁ ଖସିଆସିଲେ ୨ ନାବାଳକ ନିଆଳି ଓଡିଶା ତାଜା ନିଉଜୁ ୧୫ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ଜିଲ୍ଲା ଅନ୍ତର ଗତ ନିଆଳି ଅଞ୍ଚଳର ଏକ ମଦ୍ରାସାରେ ଜଣେ ଶିକ୍ଷକଙ୍କ ଯୌନ ନିର୍ଯାତନା ଅସହ୍ୟ ହେବାରୁ ୨ ନାବାଳକ ରାତିରେ ଲୁଚି ପଳାଇଆସିବା ଘଟଣାକୁ ନେଇ ବାଲିପାଟଣା ଓ ନିଆଳି ଅଞ୍ଚଳରେ ଗଭୀର ଆଲୋଡନ ସୃଷ୍ଟି କରିଛି । ଏବେ ନାବାଳକଦ୍ବୟ ଖୋର୍ଦ୍ଧା ଶିଶୁ କଲ୍ୟାଣ କମିଟି (ସିଡବ୍ଲୁସି) ନିର୍ଦ୍ଦେଶକ୍ରମେ ଭୁବନେଶ୍ବର ଚାଇଲ୍ଡ ଲାଇନ୍ରେ ଅଛନ୍ତି । ଏନେଇ ବାଲିପାଟଣା ଥାନାରେ ଚାଇଲ୍ଡ ଲାଇନ୍ ପକ୍ଷରୁ ଅଭିଯୋଗ କରାଯାଇଛି ଏବଂ ତଦନ୍ତ ଆରମ୍ଭ କରାଯାଇଥିବା ସୂଚନା ମିଳିଛି । ନାବାଳକଦ୍ବୟ କେତେ ସତ କହୁଛନ୍ତି, ସେନେଇ ମଧ୍ୟ ସେମାନଙ୍କୁ ଚାଇଲ୍ଡ ଲାଇନ୍ରେ କାଉନ୍ସେଲିଂ କରାଯାଉଥିବା ସୂଚନା ମିଳିଛି । ବିହାର ଓ ଝାଡ଼ଖଣ୍ଡର ଏହି ନାବାଳକଦ୍ବୟଙ୍କ ଅଭିଭାବକଙ୍କୁ ଏନେଇ ଜଣାଇଦିଆଯାଇଛି ଏବଂ ସେମାନେ ଆସିବା ପରେ ତଦନ୍ତ ଆହୁରି ଜୋର୍ଦାର ହେବ ବୋଲି ଜଣାପଡ଼ିଛି । ଗତକାଲି ରାତି ପ୍ରାୟ ୧୦ଟା ବେଳେ ବାଲିପାଟଣା ଅପୂଜା ବଜାରରେ ଏହି ୨ ନାବାଳକ ଏକ ଅନ୍ଧାରିଆ ନିଛାଟିଆ ସ୍ଥାନରେ କାନ୍ଦୁଥିବା ଦେଖି କିଛି ଯୁବକ ସେମାନଙ୍କୁ ପଚରାଉଚରା କରିଥିଲେ । ସେମାନେ ବିହାର ଓ ଝାଡ଼ଖଣ୍ଡରୁ ଆସି ନିଆଳି ଅଞ୍ଚଳର ଏକ ମଦ୍ରାସାରେ ପଢ଼ୁଥିବା କହିଥିଲେ । କିନ୍ତୁ ଶିକ୍ଷକ ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ ଏବଂ ବିରୋଧ କଲେ ପ୍ରବଳ ମାଡ଼ ମାରୁଥିଲେ ବୋଲି ସେମାନେ କାନ୍ଦି କାନ୍ଦି କହିଥିଲେ । ଏହା ଏକ ସଂଗିନ୍ ମାମଲା ହୋଇଥିବାରୁ ଦୁଇ ଜଣ ଯୁବକ ତୁରନ୍ତ ଭୁବନେଶ୍ବର ଚାଇଲ୍ଡ ଲାଇନ୍କୁ ଖବର ଜଣାଇଥିଲେ । ରାତି ହୋଇଥିବାରୁ ଚାଇଲ୍ଡ ଲାଇନ୍ ସେମାନଙ୍କୁ ନିଜ ହେପାଜତରେ ରଖିବାକୁ ପରାମର୍ଶ ଦେଇଥିଲା ଏବଂ ଆଜି ସକାଳେ ହରପ୍ରିୟା ପତି ଓ ଅଜୟ କୁମାର ମହାରଣା ବାଲିପାଟଣା ଥାନା ପୁଲିସ ଉପସ୍ଥିତିରେ ନାବାଳକଦ୍ବୟଙ୍କୁ ଉକ୍ତ ଯୁବକମାନଙ୍କ ପାଖରୁ ନେଇଥିଲେ ଥାନାରେ ପ୍ରାଥମିକ କାର୍ଯ୍ୟକ୍ରମ ପରେ ନାବାଳକଦ୍ବୟଙ୍କୁ ଖୋର୍ଦ୍ଧା ସିଡବ୍ଲୁସିରେ ହାଜର କରାଯାଇଥିଲା । ସିଡବ୍ଲୁସି ନାବାଳକଦ୍ବୟଙ୍କୁ ଭୁବନେଶ୍ବର ଚାଇଲ୍ଡ ଲାଇନ୍ରେ ରହିବାକୁ ନିର୍ଦ୍ଦେଶ ଦେବା ସହ ବାଲିପାଟଣା ଥାନାରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁସାରେ ନିଆଳି ଅଞ୍ଚଳର ଏହି ମଦ୍ରାସାରେ ବିହାର ଓ ଝାଡ଼ଖଣ୍ଡର ପ୍ରାୟ ୧୭ ପିଲା ପଢ଼ୁଛନ୍ତି । ଝାଡ଼ଖଣ୍ଡର ଜଣେ ଶିକ୍ଷକ ଏଠାରେ ପିଲାଙ୍କୁ ପଢ଼ାଉଛନ୍ତି । ପ୍ରାୟ ଦେଢ଼ ବର୍ଷ ତଳେ ବିହାର ଭାଗଲପୁର ଜିଲ୍ଲା ବିହାରୀକାନ୍ତ ଥାନା ଅଞ୍ଚଳର ଜଣେ ୧୩ ବର୍ଷର ନାବାଳକ ଓ ଝାଡ଼ଖଣ୍ଡ ଗୋଡା ଜିଲ୍ଲା ମାଗାମା ଥାନା ଅଞ୍ଚଳର ଜଣେ ୧୦ ବର୍ଷର ନାବାଳକ ଏହି ମଦ୍ରାସାକୁ ଆସିଥିଲେ । ଗତକାଲି ଏହି ପିଲାଦ୍ବୟ ମଦ୍ରାସାରୁ ଲୁଚି ଚାଲିଆସିଥିଲେ ଏବଂ ଝାଡ଼ଖଣ୍ଡର ଶିକ୍ଷକଙ୍କ ନାଁରେ ସଂଗିନ୍ ଅଭିଯୋଗ କରିଛନ୍ତି । ଆଜି ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ନିଆଳି ଓ ବାଲିପାଟଣାରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ନିରୀହ ଶିଶୁମାନଙ୍କୁ କୌଣସିପ୍ରକାର ନିର୍ଯାତନା ଦଣ୍ଡନୀୟ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ତେଣୁ ପୁଲିସ ପ୍ରକୃତ ତଦନ୍ତ କରିବାକୁ ସବୁ ମହଲରୁ ଦାବି କରାଯାଇଛି । ତେବେ ଏନେଇ ମଦ୍ରାସା ପକ୍ଷରୁ କୁହାଯାଇଛି ଯେ ଏଭଳି ଅଭିଯୋଗ ମିଛ । ପିଲାମାନେ ଭୁଲ କଲେ, ସେମାନଙ୍କୁ କେତେବେଳେ କେମିତି ମାଡ଼ ହୁଏ, ଏହା ସତ । କିନ୍ତୁ ଏହା ନିର୍ଯାତନା ନୁହେଁ । ଲୁଚିକି ପଳାଇଥିବା ପିଲାଦ୍ବୟ ଏଠାରେ ରହିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ । ପାଠପଢ଼ାରେ ସେମାନଙ୍କର ମନ ନଥିଲା । ବିଭିନ୍ନ ବାହାନା କରି ପଢ଼ୁନଥିଲେ । ତେଣୁ ମଦ୍ରାସାରୁ କେମିତି ହେଉ ଘରକୁ ପଳାଇବାକୁ ସେମାନେ ମିଛ କହୁଛନ୍ତି । ତେବେ ଏହା ର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଜଣା ପଡ଼ିବ ବୋଲି ବିଭିନ୍ନ ମହଲ ରେ ଆଶା ପ୍ରକଟ ହୋଇଛି . Categories: ଓଡ଼ିଶା, କଟକ, ହୋମ୍ Related Content Delhi hosts Workshop on Financial Freedom by Proprietor Abhimanyu Maharana August 26, 2026 ଦିଲ୍ଲୀରେ ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା ଆୟୋଜନ by Proprietor Abhimanyu Maharana August 26, 2026 ପୁଲିସ୍ର କପୋଳକଳ୍ପିତ ତଥ୍ୟ ଯୋଗୁଁ ପ୍ରକୃତ ମୃତକଙ୍କୁ ନ୍ୟାୟ ଦେବ କିଏ ? by Proprietor Abhimanyu Maharana August 26, 2026 ନର କଙ୍କାଳକୁ ନେଇ ବାରମ୍ୱାର ବଢୁଛି ଦ୍ୱନ୍ଦ : ଅଭିଯୋଗକାରୀକୁ ମିଛ ପ୍ରଳାପରେ ବାଟବଣା କରୁଛି ପୋଲିସ୍ ପ୍ରଶାସନ by Proprietor Abhimanyu Maharana August 25, 2026 ୩୧୧ କୋଟି ଟଙ୍କାର ବଜେଟ୍ ଏବଂ ବ୍ୟାପକ ସ୍କ୍ରିନିଂ ସହିତ କର୍କଟ ଚିକିତ୍ସାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ : ସ୍ୱାସ୍ଥ୍ୟ ମନ୍ତ୍ରୀ by Proprietor Abhimanyu Maharana August 25, 2026 ବେଣ୍ଟରେ ନରକଙ୍କାଳ ଚିହ୍ନଟକୁ ନେଇ ବଢ଼ିଲା ଦ୍ୱନ୍ଦ : ସାମ୍ୱାଦିକଙ୍କୁ ବାଟବଣା କରୁଛି ପୋଲିସ ପ୍ରଶାସନ by Proprietor Abhimanyu Maharana August 25, 2026